Uttar Pradesh Under Severe Cold Photograph: (@sambad.in)
ଲକ୍ଷ୍ମୌ: ସାରା ଭାରତ ଥଣ୍ଡାର ପ୍ରକୋପରେ ଥରହର ହେଉଛି। ଅନେକ ଜିଲ୍ଲାରେ ଏବେ କୁହୁଡ଼ି ଏବଂ ଶୀତ ଲହରି ଜାରି ରହିଛି। ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାର ସ୍ଥାନୀୟ ପ୍ରଶାସନ ଅଷ୍ଟମଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରି ଦେଇଛନ୍ତି। ଏହି କ୍ରମରେ ଅମରୋହା ଜିଲ୍ଲାରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ପିଲାମାନେ ଜିଲ୍ଲା ଅଧିକାରୀଙ୍କୁ ସ୍କୁଲ ଛୁଟି କରିବା ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳୁଛି।
ଜିଲ୍ଲାପାଳଙ୍କ ନିକଟରେ ପିଲାମାନଙ୍କ ଗୁହାରି
ଆମରୋହା ସ୍କୁଲର ଛାତ୍ରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରି କହିଛନ୍ତି, "ମୋ ନାମ ଅମାୟରା ଖାନ। ମୁଁ ଜିଲ୍ଲାପାଳ ମ୍ୟାଡମ(ଡିଏମ୍)ଙ୍କୁ ଅନୁରୋଧ କରି କହୁଛି ସ୍କୁଲ ଛୁଟି କରି ଦିଅନ୍ତୁ। ବହୁତ ଥଣ୍ଡା ପଡ଼ିଛି... ଦୟାକରି, ଦୟାକରି ସ୍କୁଲ ଛୁଟି କରି ଦିଅନ୍ତୁ।"
ଅଧିକପଢ଼ନ୍ତୁ:ପୁଣି ଥରେ ଶିଶୁପୁତ୍ରର ମାଆ ହେଲେ ହାସ୍ୟ କଳାକାର ଭାରତୀ ସିଂହ
ଏକ ଅନ୍ୟ ଭିଡିଓରେ ଆଉ ଜଣେ ପିଲା କହୁଛିନ୍ତି "ଡିଏମ୍ ମ୍ୟାଡମ୍, ଦୟାକରି ମୋତେ ଛୁଟି ଦିଅନ୍ତୁ। ବହୁତ ଥଣ୍ଡା... ଦୟାକରି... ଦୟାକରି... ଧନ୍ୟବାଦ।" ଜିଲ୍ଲାପାଳଙ୍କୁ ପିଲାମାନେ ପ୍ରବଳ ଥଣ୍ଡାରେ ଏଭଳି ଛୁଟି ମାଗିବାର ଭିଡିଓକୁ ସୋସିଆଲ ମିଡିଆରେ ଲୋକେ ଖୁବ ପସନ୍ଦ କରିବା ସହିତ ନିଜନିଜ ଆକାଉଣ୍ଟରେ ସେୟାର ବି କରୁଛନ୍ତି।
ଅଧିକପଢ଼ନ୍ତୁ:ଟାଟା ପାୱାର୍ ଅଫିସ ଆଗରେ ବିଜେଡିର ବିକ୍ଷୋଭ; ଅତିରିକ୍ତ ସୁରକ୍ଷା ଜମା ଆଇନ ସମ୍ମତ: ଟାଟା ପାୱାର
Follow Us