ନୂଆଦିିଲ୍ଲୀ: ବିମୁଦ୍ରାକରଣ ଏବଂ ଜିଏସ୍ଟି ପାଇଁ ବ୍ୟବସାୟରେ ବ୍ୟାପକ କ୍ଷତି ହୋଇଥିବାରୁ ମର୍ମାହତ ହୋଇ ଉତ୍ତରାଖଣ୍ଡର ଜଣେ ବ୍ୟବସାୟୀ ଗତ ୬ ତାରିଖରେ ଡେରାଡୁନ୍ ବିଜେପି କାର୍ଯ୍ୟାଳୟରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲୋ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛିା ପ୍ରକାଶ ପାଣ୍ଡେ ନାମକ ଏହି ବ୍ୟବସାୟୀ ବିମୁଦ୍ରାକରଣ ଜିଏସଟି ହେତୁ ତାଙ୍କ ଟ୍ରାନ୍ସପୋର୍ଟ ବ୍ୟବସାୟରେ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଥିଲେ ଏବଂ ଶେଷରେ ବିଷ ପିଇ ଡେରାଡୁନ୍ ବିଜେପି ଅଫିସରେ ପଶିଥିଲେ। ଘଟଣା ଦିନ ରାଜ୍ୟ କୃଷି ମନ୍ତ୍ରୀ ସୁବୋଧ ୟୁନିୟଲ ଜନତା ଦରବାରରେ ଲୋକମାନଙ୍କ ସମସ୍ୟା ଶୁଣୁଥିବା ସମୟରେ ପାଣ୍ଡେ ୟୁନିୟଲଙ୍କ ସମ୍ମୁଖରେ ଜିଏସ୍୍ଟି ଏବଂ ବିମୁଦ୍ରାକରଣକୁ ଜୋର୍୍ଦାର ବିରୋଧ କରିଥିଲେ ଏବଂ ଏଥିପାଇଁ ସେ ବିଷ ପାନ କରିଥିବା କହିଥିଲେ।
ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଆଜି ତାଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ। ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ ପ୍ରକାଶ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବହୁବାର ନିଜ ସମସ୍ୟା ସମ୍ପର୍କେରେ ଜଣାଇଥିଲେ, କିନ୍ତୁ ତାଙ୍କୁ କୌଣସି ସହାୟତା ମିଳିନଥିଲା ବୋଲି ସେ କହିଛନ୍ତି। ବିମୁଦ୍ରାକରଣ ପୂର୍ବରୁ ପାଣ୍ଡେଙ୍କ ବ୍ୟାଙ୍କ୍ ନେଣଦେଣ ୬୦ ଲକ୍ଷରୁ ୧ କୋଟି ଟଙ୍କା ରହୁଥିଲା କିନ୍ତୁ ବିମୁଦ୍ରାକରଣ ପରେ ତାଙ୍କ ଆକାଉଣ୍ଟ୍ ସମ୍ପୂର୍ଣ୍ଣ ଖାଲି ହୋଇଯାଇଥିଲାା ସେ ତାଙ୍କ ଦୁଇ ପିଲାଙ୍କୁ ପଢ଼ା ଖର୍ଚ୍ଚ ମଧ୍ୟ ବହନ କରିପାରୁନଥିଲେ ଏବଂ ୠଣଗ୍ରସ୍ତ ଥିଲେ।
Follow Us