Image Courtesy of Devabhumi Darshan
ଅଲ୍ମୋରା: ଲାଲ୍ ପିମ୍ପୁଡ଼ି କାମୁଡ଼ି ଦେବାରୁ ଉତ୍ତରାଖଣ୍ଡ ଅନ୍ତର୍ଗତ ବାଗେଶ୍ବର ଅଞ୍ଚଳରେ ଜଣେ ୩ ବର୍ଷିୟ ବାଳକର ମୃତ୍ୟୁ ଘଟିଛି ଓ ଆଉ ଜଣେ ୫ ବର୍ଷିୟ ବାଳକ ଆହତ ହୋଇଛି।
ସଂଗୃହୀତ ସୂଚନା ଅନୁସାରେ, ଗୁରୁବାର ଅପରାହ୍ଣ ୨ଟା ବେଳେ ବାଗେଶ୍ବର ଜିଲ୍ଲାର କପକୋଟ୍ ତହସିଲ ଅନ୍ତର୍ଗତ ପୌସାରି ଗାଁର ବାସିନ୍ଦା ଭୂପେଶ ରାମ୍ଙ୍କ ୫ ବର୍ଷିୟ ପୁଅ ପ୍ରିୟାଂଶୁ ତା’ର ୩ ବର୍ଷିୟ ଭାଇ ସାଗର ସହିତ ଅଗଣାରେ ଖେଳୁଥିଲେ। ସେତିକି ବେଳେ କିଛି ଲାଲ୍ ପିମ୍ପୁଡ଼ି ସେମାନଙ୍କୁ କାମୁଡ଼ି ଦେବା ପରେ ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଚିକିତ୍ସା ନିମନ୍ତେ ଉଭୟଙ୍କୁ ତୁରନ୍ତ ଜିଲ୍ଲା ହସ୍ପିଟାଲ୍କୁ ନିଆଯାଇଥିଲା। କିନ୍ତୁ, ଯିବା ବାଟରେ ସାଗରର ମୃତ୍ୟୁ ଘଟିଥିଲା। ଆହତ ପ୍ରିୟାଂଶୁ ଡାକ୍ତରଖାନାରେ ରହି ଚିକିତ୍ସିତ ହେବା ପରେ ତହିଁଆର ଦିନ ସୁସ୍ଥ ହୋଇ ଫେରିଥିଲା।
Image Courtesy of CRY Newsପ୍ରିୟାଂଶୁକୁ ଚିକିତ୍ସା କରିଥିବା ଏବଂ ମୃତ ସାଗରକୁ ଦେଖିଥିବା ଡାକ୍ତର ରାହୁଲ ମିଶ୍ରା କହନ୍ତି, ଦେହର ଅନେକ ସ୍ଥାନରେ ପିମ୍ପୁଡ଼ି କାମୁଡ଼ି ପକାଇବା ଯୋଗୁଁ ସେମାନେ ପ୍ରାୟ ଚେତା ହରାଇବା ପରିସ୍ଥିତିରେ ଥିଲେ। ପ୍ରାୟ ଦେଢ଼ଘଣ୍ଟା ପରେ ସେମାନଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ମୁଁ ସେମାନଙ୍କୁ ପରୀକ୍ଷା କରିବା ବେଳେ ସାଗର ମରିଯାଇଥିଲା। ଆମେ ପ୍ରିୟାଂଶୁର ଚିକିତ୍ସା କଲୁ। ସେମାନଙ୍କର ବାପା କହିଛନ୍ତି ଯେ, ବଡ଼ ବଡ଼ ଲାଲ୍ ପିମ୍ପୁଡ଼ି ସେମାନଙ୍କୁ କାମୁଡ଼ି ପକାଇଲେ।
ପରିବାର ଲୋକେ ପିଲା ଦୁଇଟାଙ୍କୁ ବିଳମ୍ବରେ ଡାକ୍ତରଖାନା ଆଣିବାରୁ ଏଭଳି ଅସୁବିଧା ହେଲା ବୋଲି ଡାକ୍ତର ମିଶ୍ରା କହିଛନ୍ତି।
Follow Us