ଇସ୍ତଫା ଦେବାର କାରଣ କହିଲେ ଆଇପିଏସ୍ ଅଧିକାରୀ ରଚିତା

ଆଇପିଏସ୍ ଅଧିକାରୀ ରଚିତା ଜୁୟାଲ ନିଜର ଇସ୍ତଫା ଦେବା ଘଟଣାକୁ ନେଇ କହିଛନ୍ତି, ‘ ମୁଁ ଇସ୍ତଫା ଦେବା ବିଷୟରେ ଅନେକ ଦିନରୁ ଚିନ୍ତା କରୁଥିଲି।  ଇସ୍ତଫା ପାଇଁ ମୋ ଉପରେ କୌଣସି ପ୍ରକାରର ଚାପ ପକାଯାଇ ନାହିଁ ।

looupoi

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ କ୍ୟାଡରର ୨୦୧୫ ବ୍ୟାଚର ଆଇପିଏସ୍ ଅଧିକାରୀ ରଚିତା ଜୁୟାଲ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାପରେ ରଚିତାଙ୍କୁ ନେଇ ବିଭିନ୍ନ ପ୍ରକାରର ଗୁଜବ ଖବର ଘୁରି ବୁଲୁଥିଲା। 

ସମ୍ପ୍ରତି ରଚିତା ଜୁୟାଲ ନିଜର ଇସ୍ତଫା ଦେବା ଘଟଣାକୁ ନେଇ କହିଛନ୍ତି, ‘ ମୁଁ  ଇସ୍ତଫା ଦେବା ବିଷୟରେ ଅନେକ ଦିନରୁ ଚିନ୍ତା କରୁଥିଲି। ଏନେଇ ପରିବାର ସହିତ ଆଲୋଚନା ବି କରିଥିଲି। ବିଚାର ବିମର୍ଷ ପରେ ଯାଇ ମୁଁ ଇସ୍ତଫା ଦେବାକୁ ସ୍ଥିର କରିଥିଲି।  ଇସ୍ତଫା ପାଇଁ ମୋ ଉପରେ କୌଣସି ପ୍ରକାରର ଚାପ ପକାଯାଇ ନାହିଁ ।

ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି ରହିଛି । ଯାହା ମୁଁ ପରିବାରବର୍ଗଙ୍କ ସହମତିରେ ନେଇଛି।ଯେପରି ସମସ୍ତଙ୍କ ଜୀବନରେ ନିଜସ୍ୱ ଯୋଜନା ଥାଏ, ସେହିପରି ମୋର ମଧ୍ୟ କିଛି ଯୋଜନା ଅଛି। ଯାହା ଯୋଗୁଁ ମୁଁ ଏହି ନିଷ୍ପତ୍ତି ନେଇଛି। ମୁଁ ପ୍ରାୟ ୧୦ ବର୍ଷ ଧରି ଆଇପିଏସ୍ ଭାବରେ ମୋ ରାଜ୍ୟକୁ ସେବା ଦେଇଛି ଏବଂ ଭବିଷ୍ୟତରେ ମଧ୍ୟ ମୁଁ ଯେଉଁ କ୍ଷେତ୍ରରେ କାମ କରୁଛି, ଉତ୍ତରାଖଣ୍ଡ ପାଇଁ କିଛି ନା କିଛି କରିବାର ଲକ୍ଷ୍ୟ ରଖିଛି।

ଆଇପିଏସ୍ ଅଧିକାରୀ ରଚିତା ଜୁୟାଲଙ୍କ ବାପା ମଧ୍ୟ ଉତ୍ତରାଖଣ୍ଡ ପୁଲିସରେ ଅଛନ୍ତି। ତାଙ୍କ ସ୍ୱାମୀ ଜଣେ ଚଳଚ୍ଚିତ୍ର ନିର୍ଦ୍ଦେଶକ ହୋଇଥିବା ବେଳେ  ଶ୍ୱଶୁର ରାଘବ ଜୁୟାଲ ଜଣେ ଜଣାଶୁଣା ଚଳଚ୍ଚିତ୍ର ଅଭିନେତା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe