ସଙ୍ଗରୋଧରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

Advertisment
ସଙ୍ଗରୋଧରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

Hindustan Times

ଡେରାଡ଼ୁନ୍‌: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଏବେ ଆତ୍ମ ସଙ୍ଗରୋଧରେ ଅଛନ୍ତି। ରାୱତଙ୍କ କ୍ୟାବିନେଟ୍‌ ସହକର୍ମୀ ତଥା ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ସତପାଲ୍‌ ମହାରାଜ କରୋନା ଆକ୍ରାନ୍ତ ହେବାପରେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ, କିଛି ମନ୍ତ୍ରୀ ଓ ବରିଷ୍ଠ ଅମଲାମାନେ ଏକ କ୍ୟାବିନେଟ୍‌ ବୈଠକରେ ଯୋଗ ଦେଇଥିଲେ। ଏହି ବୈଠକରେ ମହାରାଜ ମଧ୍ୟ ଉପସ୍ଥିତ ଥିଲେ। ତେଣୁ ମନ୍ତ୍ରୀ ଜଣଙ୍କ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିବାପରେ ରାୱତ୍‌ କ୍ବାରାଣ୍ଟିନ୍‌ରେ ରହିଛନ୍ତି। ବୈଠକରେ ଥିବା ଅନ୍ୟ ମନ୍ତ୍ରୀମାନେ ସଙ୍ଗରୋଧରେ ରହିବେ କି ନା' ସେନେଇ କୌଣସି ନିଷ୍ପତ୍ତି ନିଆଯାଇନି। ମହାରାଜ୍‌ଙ୍କ ବାଦ୍‌ ତାଙ୍କ ୨ ପୁଅ, ୨ ବୋହୂ ଓ ୧୭ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ମହାରାଜଙ୍କ ପତ୍ନୀ କରୋନା ଆକ୍ରାନ୍ତ ହେବାପରେ ଅନ୍ୟମାନେ ମଧ୍ୟ ସଂକ୍ରମିତ ଥିବ‌ା ଜଣାପଡ଼ିଲା। ମହାରାଜଙ୍କ ସଂସ୍ପର୍ଶରେ ଆସିଥିବା ୪୧ ଜଣଙ୍କୁ ସଙ୍ଗରୋଧରେ ରଖାଯାଇଛି। ମନ୍ତ୍ରୀ ଓ ତାଙ୍କ ପରିବାରର ୪ ସଦସ୍ୟ ଏମ୍‌ସ୍‌ରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe