ଚମ୍ପାୱତରୁ ଉପନିର୍ବାଚନ ଲଢିବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମି

ଚମ୍ପାୱତରୁ ଉପନିର୍ବାଚନ ଲଢିବେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଧାମି

Image Courtesy: News Nation

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାୱତ ବିଧାନସଭା ଆସନରୁ ଆଗାମୀ ଉପନିର୍ବାଚନ ଲଢିବେ ବୋଲି ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଘୋଷଣା କରାରଯାଇଛି।

ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ଆଗାମୀ ଉତ୍ତରାଖଣ୍ଡ ବିଧାନସଭା ଉପନିର୍ବାଚନ ୨୦୨୨ ପାଇଁ ପୁଷ୍କର ସିଂ ଧାମିଙ୍କୁ ଅନୁମୋଦନ ଦେଇଛି ବୋଲି ବିଜେପି ଦ୍ୱାରା ଜାରି ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି।
ଏହା ପୂର୍ବରୁ ଚମ୍ପାଓ୍ଵତରୁ ବିଜେପି ଦଳର ନିର୍ବାଚିତ ବିଧାୟକ ଥିବା କୈଳାସ ଗେହତୋରୀ ଚମ୍ପାୱତ ବିଧାନସଭା ଆସନରୁ ଇସ୍ତଫା ଦେଇ ଧାମିଙ୍କୁ ବିଧାନସଭା ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ପଥ ପରିଷ୍କାର କରି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡରେ ୨୦୨୨ ବିଧାନସଭା ନିର୍ବାଚନରେ ବିଜେପି ବହୁମତରେ ଜିତିବା ସତ୍ତ୍ୱେ ଧାମି କଂଗ୍ରେସ ପ୍ରାର୍ଥୀ ଭୁୱାନ ଚନ୍ଦ୍ର କପ୍ରିଙ୍କ ନିକଟରୁ ଖତିମା ବିଧାନସଭା ଆସନରୁ ହାରି ଯାଇଥିଲେ। ତଥାପି, ବିଜେପି ନେତୃତ୍ୱ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମିଙ୍କୁ ମନୋନୀତ କରିଥିଲେ।

ଏହା ପୂର୍ବରୁ ସୋମବାର ନିର୍ବାଚନ ଆୟୋଗ ଓଡ଼ିଶା, କେରଳ ଏବଂ ଉତ୍ତରାଖଣ୍ଡର ତିନିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ନିର୍ବାଚନ ଆୟୋଗଙ୍କ ଘୋଷଣା ଅନୁଯାୟୀ, ଏହି ଆସନଗୁଡ଼ିକରେ ମେ ୩୧ରେ ମତଦାନ ଅନୁଷ୍ଠିତ ହେବ ଏବଂ ଜୁନ୍‌ ୩ରେ ଭୋଟ୍‌ ଗଣତି କରାଯାଇ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe