Advertisment

ହେଲିକପ୍ଟର ଦୁର୍ଘଟଣା: ବିଳମ୍ବିତ ରାତିରେ ଦୁଇ ଅଧିକାରୀଙ୍କୁ ନିଲମ୍ବିତ କଲେ ଧାମି ସରକାର

Advertisment
ce48cdc6-036e-46dd-ac93-f5116f5b132f

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର କେଦାରନାଥ ଧାମରୁ ଗୁପ୍ତକାଶୀ ଯାଉଥିବା ବେଳେ ଆର୍ଯ୍ୟନ ଏଭିଏସେନର ହେଲିକପ୍ଟର ଗୌରୀକୁଣ୍ଡ ଓ ସୋନପ୍ରୟାଗ ମଧ୍ୟରେ  ଥିବା ଏକ ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଏଥିରେ ଥିବା ପାଇଲଟଙ୍କ ସମେତ ସମସ୍ତ ୭ଜଣ ଯାତ୍ରୀ ଜଳି ଯାଇଥିଲେ।

ଏହି ହେଲିକପ୍ଟର ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀ ଧାମି  ଆକ୍ସନ ମୋଡକୁ ଓହ୍ଲାଇ ବିଳମ୍ବିତ ରାତିରେ ଦୁଇ ବଡ଼ବଡ଼ ଅଧିକାରୀଙ୍କର ବଦଳି କରିଛନ୍ତି। ଏହି ଦୁଇ ଅଧିକାରୀଙ୍କ ମଧ୍ୟରୁ ଜଣେ ପର୍ଯ୍ୟଟନ ସଚିବ ସଚିନ କୁର୍ବେ ଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ୟୁସିଏଡିଏ ସିଇଓ ସୋନିକା। 

ଉଭୟ ଅଧିକାରୀଙ୍କ ବଦଳିକୁ ହେଲିକପ୍ଟର ଦୁର୍ଘଟଣା ସହିତ ଯୋଡାଯାଇ କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ହେଲିକପ୍ଟର ଦୁର୍ଘଟଣାରେ ବହୁତ କ୍ରୋଧିତ ହୋଇ ଯାଇଛନ୍ତି। ଧାମି ପ୍ରତିକ୍ରିୟା ଦେଇ କହିଛନ୍ତି,  ହେଲିକପ୍ଟର ଦୁର୍ଘଟଣା ମାମଲାରେ କାହାକୁ ଛଡାଯିବ ନାହିଁ, ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାରଣରୁ ପୂର୍ବରୁ  ଏମିତି ଘଟଣାରେ ହେଲିକପ୍ଟର କମ୍ପାନି ସହିତ ଅନେକ ପାଇଲଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।ର୍ବେ

ପୂର୍ବରୁ ମୁଖ୍ୟମନ୍ତ୍ରୀ ଧାମି ସ୍ପଷ୍ଟ ଭାବରେ କହିଥିଲେ, ’ରାଜ୍ୟକୁ ଆସୁଥିବା ତୀର୍ଥଯାତ୍ରୀମାନେ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି, ତେବେ ଏଥିପାଇଁ ଦାୟୀ ଯେକୌଣସି ଅଧିକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe