ଉତ୍ତରାଖଣ୍ଡ ବିପର୍ଯ୍ୟୟ: ୩୩ ଶବ ଉଦ୍ଧାର, ଟନେଲ୍‌ରେ ପଶିପାରିଲେନି ଉଦ୍ଧାରକାରୀ

Advertisment

ଉତ୍ତରାଖଣ୍ଡ ଦୁର୍ବିପାକ ପଛରେ ତେଜସ୍କ୍ରିୟ ସରଞ୍ଜାମ!

ଉତ୍ତରାଖଣ୍ଡ ଦୁର୍ବିପାକ ପଛରେ ତେଜସ୍କ୍ରିୟ ସରଞ୍ଜାମ!

ଉତ୍ତରାଖଣ୍ଡ ବିପର୍ଯ୍ୟୟ: ୩୩ ଶବ ଉଦ୍ଧାର, ଟନେଲ୍‌ରେ ପଶିପାରିଲେନି ଉଦ୍ଧାରକାରୀ

ଡେରାଡୁନ୍: ଉତ୍ତରାଖଣ୍ଡରେ ହିମଶୈଳ ଫାଟି ସଂଘଟିତ ବନ୍ୟା ବିଭୀଷିକାର ଆଜି ତୃତୀୟ ଦିନରେ ଆଉ ୭ଟି ମୃତଦେହ ମିଳିଛି। ଏହାକୁ ମିଶାଇ ମୋଟ ୩୩ଟି ଶବ ଉଦ୍ଧାର ହୋଇଥିବା ବେଳେ ଅଦ୍ୟାବଧି ୧୭୫ ଜଣରୁ ଅଧିକ ନିଖୋଜ ରହିଛନ୍ତି। ଅପରପକ୍ଷେ, ଚାମୋଲି ଜିଲ୍ଲାର ନିର୍ମାଣାଧୀନ ତପୋବନ ଜଳବିଦ୍ୟୁତ୍‌ କେନ୍ଦ୍ରର ଧୋଇଯାଇଥିବା ଦେଢ଼ କିମି ଦୀର୍ଘ ଟନେଲ୍‌ରେ ୩୯ ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଥିବା ବେଳେ ଉଦ୍ଧାରକାରୀ ଦଳ ଯାବତୀୟ ଉଦ୍ୟମ କରି ତାହା ଭିତରେ ପଶିପାରିନାହାନ୍ତି। ତେବେ ଅନ୍ୟ କୌଣସି ବିକଳ୍ପ ପଥରେ ଉକ୍ତ ଟନେଲ ଭିତରେ ପଶିବାକୁ ଉଦ୍ଧାରକାରୀ ଦଳ ଉଦ୍ୟମ ଅବ୍ୟାହତ ରଖିଛନ୍ତି। ଡ୍ରୋନ୍‌ କ୍ୟାମେରା ସାହାଯ୍ୟରେ କାଦୁଅ ଅତଡ଼ାର ଗତିବିଧି ନିରୀକ୍ଷଣ କରାଯିବା ସହ ଦୃଶ୍ୟମାନ ସ୍ଥଳ ତଳେ ରହିଥିବା ଅଦୃଶ୍ୟ ଇଲାକାଗୁଡ଼ିକୁ ମଧ୍ୟ ଠାବ କରାଯାଉଛି। ସମ୍ପ୍ରତି ଆଇଟିବିପିର ୪୫୦ ଜଣ ଯବାନ ଏହି ଉଦ୍ଧାର ଓ ଅନ୍ବେଷଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସେହିପରି ଜାତୀୟ ଦୁର୍ବିପାକ ପ୍ରଶମନ ବଳ(ଏନ୍‌ଡିଆର୍‌ଏଫ୍‌)ର ୫ଟି ଦଳ ଘଟଣାସ୍ଥଳରେ ଅଛନ୍ତି ଏବଂ ଭାରତୀୟ ସ୍ଥଳସେନାର ମଧ୍ୟ ୮ଟି ଦଳ ପ୍ରସ୍ତୁତ ହୋଇ ରହିଛନ୍ତି।

ଡେରାଡୁନ୍: ଗତ ରବିବାର ଉତ୍ତରାଖଣ୍ଡରେ ପ୍ରଳୟ ସାଜିଥିବା ହିମସ୍ଖଳନ ପଛରେ କୌଣସି ତେଜସ୍କ୍ରିୟ ସରଞ୍ଜାମ ଥିବା ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ତପୋବନ ଇଲାକାର ରାଇନି ଗ୍ରାମବାସୀମାନେ ସନ୍ଦେହ ପ୍ରକଟ କରିଛନ୍ତି। କୌଣସି କାରଣରୁ ସେହି ତେଜସ୍କ୍ରିୟ ସରଞ୍ଜାମର ବିସ୍ଫୋରଣ ଘଟି ଏଭଳି ଅତର୍କିତ ଅତ୍ୟୁଚ୍ଚ ତାପ ସୃଷ୍ଟି ସହ ହିମଶୈଳରେ ବିଶାଳ ଫାଟ ଦେଖାଦେଇଥିଲା ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଚୀନ୍‌ ସମ୍ପର୍କରେ ଗୋପନ ତଥ୍ୟ ସଂଗ୍ରହ ପାଇଁ ୧୯୬୫ ମସିହାରେ ଭାରତର ଦ୍ବିତୀୟ ସର୍ବୋଚ୍ଚ ପର୍ବତ ନନ୍ଦାଦେବୀର ଶିଖରରେ ଆମେରିକାର ଗୁଇନ୍ଦା ସଂସ୍ଥା(ସିଆଇଏ) ଓ ଭାରତୀୟ ଗୁଇନ୍ଦା ବିଭାଗ(ଆଇବି) ପକ୍ଷରୁ ଏକ ଆଣବିକ ଶକ୍ତି ସଂପନ୍ନ ନିରୀକ୍ଷଣକାରୀ ସରଞ୍ଜାମ ଖଞ୍ଜିବା ପାଇଁ ଉଦ୍ୟମ ହୋଇଥିଲା। ସେତିକି ବେଳେ ପ୍ରତିକୂଳ ପାଗର ସାମନା କରିନପାରି ଉକ୍ତ ଅଭିଯାନ ଚଳାଇଥିବା ପର୍ବତାରୋହୀ ଦଳକୁ ସେଠାରୁ ଫେରି ଆସିଥିଲେ ଏବଂ ଉକ୍ତ ସରଞ୍ଜାମକୁ ସେମାନେ ପର୍ବତର ପାଦଦେଶରେ ଛାଡ଼ି ଆସିବାକୁ ବାଧ୍ୟ ହୋଇଥିଲେ। ତେବେ ତାହାର ବର୍ଷକ ପରେ ସେମାନେ ସେଠାରେ ପହଞ୍ଚି ଉକ୍ତ ସରଞ୍ଜାମକୁ ଆଉ ପାଇନଥିଲେ। ଶହେ ବର୍ଷ ଯାଏ ସକ୍ରିୟ ରହିବାର କ୍ଷମତା ରଖିଥିବା ଉକ୍ତ ସରଞ୍ଜାମକୁ ପରବର୍ତ୍ତୀ ଅଭିଯାତ୍ରୀ ଦଳମାନେ ମଧ୍ୟ ଠାବ କରିପାରିନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe