ତପୋବନ ଜଳଭଣ୍ଡାର ଭଗ୍ନାଂଶରୁ ଆଉ ୫ଜଣଙ୍କ ଶବ ଉଦ୍ଧାର

Advertisment
ତପୋବନ ଜଳଭଣ୍ଡାର ଭଗ୍ନାଂଶରୁ ଆଉ ୫ଜଣଙ୍କ ଶବ ଉଦ୍ଧାର

Image Courtesy of Business Standard

ନୂଆଦିଲ୍ଲୀ: ଚମୋଲିରେ ବିଶାଳ ତୁଷାରଖଣ୍ଡ ଧସିବା କାରଣରୁ ଭାଙ୍ଗି ଯାଇଥିବା ତପୋବନ ଜଳଭଣ୍ଡାରର ଭଗ୍ନାବଶେଷ ମଧ୍ୟରୁ ଆଉ ୫ଜଣଙ୍କ ଶବ ଉଦ୍ଧାର କରାଯାଇଥିବା କଥା ଆଜି ଉତ୍ତରାଖଣ୍ଡ ପୁଲିସ ମହାନିର୍ଦେଶକ ଅଶୋକ କୁମାର ସୂଚନା ଦେଇଛନ୍ତି।

ଏହାକୁ ମିଶାଇ ତପୋବନ ଜଳଭଣ୍ଡାରର ଭଗ୍ନାଂଶ ମଧ୍ୟରୁ ସମୁଦାୟ ୬୭ଟି ଶବ ଉଦ୍ଧାର କରାଗଲାଣି।

ଚାମୋଲିରେ ପ୍ରବାହିତ ଧଉଳିଗଙ୍ଗା ନଦୀରେ ଗୋଟିଏ ଗଜ ବା ମାପଦଣ୍ଡ ବସାଇବା ଲାଗି ‘ଏନ୍‌ଡିଆର୍‌ଏଫ୍‌’ କର୍ମଚାରୀମାନେ ପର୍ବତର ପାଦଦେଶ ଆଡ଼କୁ ଯାତ୍ରା କରୁଛନ୍ତି।

‘ଏନ୍‌ଡିଆର୍‌ଏଫ୍‌’ର ଡେପୁଟି କମାଣ୍ଡାଣ୍ଟ୍‌ ଆଦିତ୍ୟ ପି. ସିଂହ କହିଛନ୍ତି, ନଦୀରେ ଜଳପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଏହାର ଗଭୀରତା ଏବଂ ଜଳସ୍ତର ମାପିବା ଲାଗି ଆମେ ଗୋଟାଏ ଗଜ (ମାପଦଣ୍ଡ) ବସାଉଛୁ।

ଚମୋଲିର ଉଚ୍ଚଭାଗରେ ସୃଷ୍ଟି ହୋଇଥିବା ହ୍ରଦର ପୁଙ୍ଖାନୁପୁଙ୍ଖ ସର୍ବେକ୍ଷଣ ପରେ ‘ଆଇଟିବିପି’ ଏବଂ ‘ଡିଆର୍‌ଡିଓ’ ଟିମ୍‌ ଯୋଶୀମଠକୁ ଫେରି ଆସିଛନ୍ତି।

publive-image Image Courtesy of India TV

‘ଏସ୍‌ଡିଆର୍‌ଏଫ୍‌’ ମଧ୍ୟ କହିଛି ଯେ, ସୁଡ଼ଙ୍ଗ ମଧ୍ୟରେ ବିପୁଳ ପରିମାଣର ଭଙ୍ଗାରୁଜା ଅଂଶ ଏବଂ କାଦୁଅ ଜମି ଯାଇଥିବାରୁ ତଲାସ ଓ ଉଦ୍ଧାର ଅଭିଯାନ ଦୀର୍ଘ ଦିନ ଧରି ଚାଲିବ। ଜରୁରୀ ପରିସ୍ଥିତି ସଂକ୍ରାନ୍ତ ସତର୍କ ସୂଚନା ନିମନ୍ତେ ରେନି ଗାଁରେ ଏକ ‘ଓ୍ଵାଟର୍‌ ସେନ୍‌ସର୍‌ ଓ୍ଵାର୍ଣ୍ଣିଂ ସିଷ୍ଟମ୍‌’ ଲଗାଯାଇଛି।

ସ୍ମରଣଯୋଗ୍ୟ, ଫେବ୍ରୁଆରି ୭ ତାରିଖ ଦିନ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ତପୋବନ-ରେନି ଅଞ୍ଚଳରେ ପ୍ରକାଣ୍ଡ ବରଫଖଣ୍ଡ ଧସି ପଡ଼ିବାରୁ ଧଉଳିଗଙ୍ଗା ଏବଂ ଅଳକାନନ୍ଦା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଘରଦ୍ୱାର ସବୁ ନଷ୍ଟ କରିବା ସହ ନିକଟବର୍ତ୍ତୀ ଋଷିଗଙ୍ଗା ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ମଧ୍ୟ ନଷ୍ଟ କରିଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe