ଉତ୍ତରାଖଣ୍ଡ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୧୯କୁ ବୃଦ୍ଧି, ୨୦୨ ନିଖୋଜ

Advertisment
ଉତ୍ତରାଖଣ୍ଡ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୧୯କୁ ବୃଦ୍ଧି, ୨୦୨ ନିଖୋଜ

aajtak

ଚମୋଲି: ଗତକାଲି ସକାଳେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ଜୋଶିମଠ ନିକଟରେ ନନ୍ଦାଦେବୀ ଗ୍ଲାସିୟର ଭାଙ୍ଗିଯିବାରୁ ଧଉଳି ଗଙ୍ଗା ନଦୀରେ ଏକ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ହଠାତ୍ ପାଣି ମାଡ଼ି ଆସିବାରୁ ୨୦୨ଲୋକ ପାଣିରେ ବହିଯାଇଥିବା କୁହାଯାଉଛି। ଏ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ଥାନରୁ ୧୯ଜଣଙ୍କ ମୃତଦେହ ଉଦ୍ଧାର କରାଯାଇସାରିଛି। ଏହା ସହ ଗତକାଲି ତପୋବନ ଡ୍ୟାମ ପାଖ ଟନେଲରେ ଫସି ରହିଥିବା ୧୬ଜଣ ଶ୍ରମିକଙ୍କୁ ସଫଳତାର ସହ ଆଟିବିପି ଯବାନ ଉଦ୍ଧାର କରିଥିବା ବେଳେ ଫସିରହିଥିବା ଅନ୍ୟ ୩୭ଜଣଙ୍କୁ ଉଦ୍ଧାର କରିବା ପାଇଁ ଟନେଲ ସଫେଇ କାର୍ଯ୍ୟ ଚାଲୁ ରହିଛି।

ଟନେଲ ଭିତରେ ମାଟି ଏବଂ କାଠ ଭରିଯାଇଥିବାରୁ ଏପର୍ଯ୍ୟନ୍ତ ୧୫୦ମିଟର ପର୍ଯ୍ୟନ୍ତ ସଫେଇ କାର୍ଯ୍ୟ ଶେଷ ହୋଇଛି। ଟନେଲ ସଫା ହେବା ପରେ ଆଟିବିପି ଯବାନ ଏବଂ ସ୍ନିଫର କୁକୁରକୁ ଭିତରକୁ ପଠାଯିବ। ଏ ନେଇ ଉତ୍ତରାଖଣ୍ଡ ପୁଲିସ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଉଦ୍ଧାରକାର୍ଯ୍ୟ ପାଇଁ ଆଇଟିବିପି, ଏସଡିଆରଏଫ, ଏନଡିଆରଏଫ, ଭାରତୀୟ ସେନା, ବାୟୁସେନା ଏବଂ ଉତ୍ତରାଖଣ୍ଡ ପୁଲିସ କାମରେ ଲାଗିଥିବା ଜଣାପଡ଼ିଛି। ଗତକାଲି ୧୬ଜଣଙ୍କୁ ତପୋବନ ଟନେଲରୁ ଉଦ୍ଧାର କରାଯାଇଥିବା ବେଳେ ଆଜି ୧୨ଜଣଙ୍କୁ ଉଦ୍ଧାର କରାଯାଇଛି। ଫସି ରହିଥିବା ଅନ୍ୟ ୩୭ଜଣଙ୍କୁ ଉଦ୍ଧାର କରିବା କାମ ଜୋରସୋରରେ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe