ଉତ୍ତରାଖଣ୍ଡ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି, ଟନେଲ ଭିତରେ ଫସିଥିବା ୩୯ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି

Advertisment
ଉତ୍ତରାଖଣ୍ଡ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୩୧କୁ ବୃଦ୍ଧି, ଟନେଲ ଭିତରେ ଫସିଥିବା ୩୯ଜଣ ଶ୍ରମିକଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଜାରି

indiatoday

ଚମୋଲି: ଉତ୍ତରାଖଣ୍ଡର ଚମୋଲିରେ ରବିବାର ଗ୍ଲାସିୟର ଫାଟିବାରୁ ଅଚାନକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଆଜି ମଧ୍ୟାହ୍ନ ସୁଦ୍ଧା ଆଉ ୫ଟି ଶବ ଉଦ୍ଧାର କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୧କୁ ବୃଦ୍ଧି ପାଇଛି। ଏହା ସହ ଏବେ ବି ୧୭୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନାହିଁ। ନିଖୋଜଙ୍କ ମଧ୍ୟରେ ଏନ୍‌ଟିପିସିର ଅନେକ ଶ୍ରମିକ କର୍ମଚାରୀ ଅଛନ୍ତି। ଏହା ସହ ତପୋବନ ପାଖ ଟନେଲରେ ଫସିରହିଥିବା ୩୯ଜଣ ଶ୍ରମିକଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇପାରିନାହିଁ।

ଟନେଲ ଭିତରକୁ ଯିବା ସମ୍ଭବ ନଥିବାରୁ ଏବେ ଆଇଟିବିପି ଯବାନ ଅନ୍ୟବାଟ ଦେଇ ଭିତରକୁ ଯିବାକୁ ଚେଷ୍ଟା କରୁଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂହ ରାୱତ। ଆଜି ୩୯ଜଣଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା କରାଯିବ। ଏଥିରେ ଆଇଟିବିପିର ୩ ଶହ ଯବାନ ଏବଂ ଏନ୍‌ଡିଆର୍‌ଏଫ୍‌ ଓ ଏସ୍‌ଡିଆର୍‌ଏଫ୍‌ର ୨ ଶହ ସଦସ୍ୟ ନିୟୋଜିତ ଅଛନ୍ତି। ପ୍ରାୟ ଅଢ଼େଇ କିଲୋମିଟର ଲମ୍ବ ଏହି ଟନେଲରେ ୧ କିମି ଅଞ୍ଚଳ ସଂପୂର୍ଣ୍ଣ ପୋତି ହୋଇଯାଇଛି। ଧ୍ବଂସାବଶେଷ ଭିତରୁ ଜୀବନର ସନ୍ଧାନ କରିବା ଉଦ୍ଧାରକାରୀ ଦଳ ପାଇଁ ବହୁତ ବଡ଼ ଚ୍ୟାଲେଂଜ ପାଲଟିଛି।

Uttarakhand floods, Uttarakhand glacier break, Uttarakhand tunnel rescue, Uttarakhand news, Uttarakhand rescue latest updates, Uttarakhand tapovan tunnel, Trivendra Singh Rawat indiatoday

ଅନ୍ୟପକ୍ଷରେ ରବିବାର ଗ୍ଲାସିୟର ଫାଟିବାରୁ ଅଳକନନ୍ଦା ଏବଂ ଧଉଳିଗଂଗା ନଦୀରେ ଆସିଥିବା ବନ୍ୟା ଋଷିଗଂଗା ଜଳବିଦ୍ୟୁତ ପ୍ରକଳ୍ପକୁ ସଂପୂର୍ଣ୍ଣ ପୋଛି ନେଇଛି ଏବଂ ଏହି ପ୍ରକଳ୍ପରେ ନିୟୋଜିତ ଶତାଧିକ ଶ୍ରମିକ-କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ନଦୀ ପ୍ରବାହ ଅଞ୍ଚଳରେ ଆସୁଥିବା ଗ୍ରାମଗୁଡ଼ିକରେ ଆତଙ୍କ ଲାଗି ରହିଛି। ପ୍ରାୟ ୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe