ଉତ୍ତରାଖଣ୍ଡର ଭୟଙ୍କର ସ୍ଥିତି: କେଉଁଠି ଲଗାଣ ବର୍ଷା ତ କେଉଁଠି ହିମସ୍ଖଳନ

uttara

ଡେରାଡୁନ: ଧସିଲା ପାହାଡ, ବନ୍ଦ ହେଲା ରାସ୍ତା । ପାହାଡ ଧସିବା କାରଣରୁ ଜାତୀୟ ରାଜପଥ ବନ୍ଦ । କର୍ଣ୍ଣାପ୍ରୟାଗ ନିକଟରେ ପାହାଡର ବଡ ବଡ ପଥର ଖଣ୍ଡ ରାସ୍ତାରେ ପଡିଥିବାରୁ ଋଷିକେଶ-ବଦ୍ରିନାଥ ହାଇୱେ ବନ୍ଦ ରହିଛି । ରାସ୍ତାର ଦୁଇ ପାର୍ଶ୍ବରେ ବଡ ବଡ ଗାଡି ଅଟକି ରହିଛି ।

ତେବେ ଗତକାଲି ପ୍ରବଳ ବର୍ଷା ପରେ ସ୍ଥିତି ଏମିତି ହୋଇଛି । କିଛି କିଛି ସ୍ଥାନରେ ପାହାଡ ଧସିବା ସହ ରାସ୍ତା ବି ଧୋଇ ଯାଇଛି । ଲଗାଣ ବର୍ଷା ବିପଦକୁ ଡାକି ଆଣିବା ପରେ ଏବେ ରାଜପଥ ଉପରେ କାର, ଟ୍ରକ୍ ଅଟକି ରହିଛି ।

ସେପଟେ ଗତକାଲି ମଧ୍ୟ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ବଦ୍ରିନାଥରେ ହିମସ୍ଖଳନ ହୋଇଥିଲା । ଉଚ୍ଚ ସୀମାନ୍ତ ଗ୍ରାମ ମାନା ନିକଟରେ ପ୍ରବଳ ହିମସ୍ଖଳନ ଯୋଗୁ ଭୟାନକ ସ୍ଥିତି ଉପୁଜିଛି । ସୀମା ସଡ଼କ ସଂଗଠନ (ବିଆରଓ)ର ୫୭ ଜଣ ଶ୍ରମିକ ବରଫ ଅତଡ଼ା ତଳେ ଫସି ରହିଥିବାବେଳେ ୩୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି। ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ମନା ଗାଁ ନିକଟସ୍ଥ ସେନା ଶିବିରକୁ ପଠାଯାଇଛି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe