ଧରାଲି ପରେ ଥରାଲିରେ ମହାପ୍ରଳୟ; ପାଣିରେ ଭାସିଯାଉଛି ଜୀବନ ଯାକର ପୁଞ୍ଜି, ବର୍ଷ ବର୍ଷର ସ୍ବପ୍ନ

ଉତ୍ତରାଖଣ୍ଡକୁ ଯେପରି ଲାଗିଯାଇଛି କାହା ନଜର। ଏଠାରେ ପ୍ରକୃତି ତା’ର ତାଣ୍ଡବ ରଚିବା ବନ୍ଦ୍‌ କରୁନାହିଁ। ଧରାଲି ପରେ ଏବେ ଧରାଶାୟୀ ହେବାକୁ ବସିଛି ଥରା‌ଲି। ପାଣିରେ ଭାସିଯାଉଛି ଘର, ଅଫିସ୍‌ ଓ ସରକାରୀ କୋଠା।

New Project (54)

ଚମୋଲି: ଉତ୍ତରାଖଣ୍ଡକୁ ଯେପରି ଲାଗିଯାଇଛି କାହା ନଜର। ଏଠାରେ ପ୍ରକୃତି ତା’ର ତାଣ୍ଡବ ରଚିବା ବନ୍ଦ୍‌ କରୁନାହିଁ। ଧରାଲି ପରେ ଏବେ ଧରାଶାୟୀ ହେବାକୁ ବସିଛି ଥରା‌ଲି। ପାଣିରେ ଭାସିଯାଉଛି ଘର, ଅଫିସ୍‌ ଓ ସରକାରୀ କୋଠା। ଜୀବନ ବି ଯାଉଛି। ଧରାଲି ପ୍ରଳୟ ପରେ ଲୋକ ଅଣ୍ଟା ସଳଖି ଠିଆ ନହଉଣୁ ପୁଣି ଥରାଲି ପ୍ରଳୟ ଲୋକଙ୍କୁ ଦୁର୍ବଳ କରାଇବା ଆରମ୍ଭ କଲାଣି।

ଶୁକ୍ରବାର ରାତିରେ ଥରାଲିରେ ହୋଇଥିବା ବାଦଲଫଟା ବର୍ଷା କସ୍‌ବେ ଏବଂ ଆଖପାଖ ଗାଁକୁ ପୂରା ‌ଦେହଲାଇ ରଖିଦେଇଛି। ଥରାଲି ଗାଁର ଅନେକ ଘର ମାଟି ତଳେ ଦବି ଯାଇଛି। ଗାଁ ପାଖ ବଜାର ମଧ୍ୟ ବନ୍ୟାଷ ଭୂସ୍ଖଳନରେ ପ୍ରଭାବିତ ହୋଇଛି।

କିଛି ଦିନ ପୂର୍ବରୁ ଧରାଲି ଗାଁରେ ଯେଉଁଭଳି ପ୍ରଳୟ ଦେଖିବାକୁ ମିଳିଥିଲା, ଠିକ୍ ସେହିପରି ପ୍ରଳୟ ଥରାଲିରେ ବି ଦେଖିବାକୁ ମିଳିଛି । ତେବେ ପ୍ରାକୃତିକ ଦୁର୍ବିପାକ ରାତି ଅଧରେ ହୋଇଥିବାରୁ ଏଥିରେ ଅନେକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି ।  ଘଟଣା ସ୍ଥଳରେ ପ୍ରଶାସନ, ଏନଡିଆରଏଫ୍ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି । 

ତେବେ ଏହି ପ୍ରାକୃତିକ ବିପର୍ଯ୍ୟାୟ ଜଣଙ୍କ ଜୀବନ ନେଇଥିବା ବେଳେ ଜଣେ ବ୍ୟକ୍ତି ନିଖୋଜ ଥିବା ରିପୋର୍ଟ ହୋଇଛି, ଯାହା ଜରୁରୀକାଳୀନ ପରିସ୍ଥିତିକୁ ଆହୁରି ଘନୀଭୂତ କରିଛି।

ସେଦିନ ଥିଲା ଅଗଷ୍ଟ ୫ ତାରିଖ, ମଙ୍ଗଳବାର।  ଦିନ ୧ଟା ୪୫ ମିନିଟରେ ବାଦଲ ଫାଟିବା ପରେ ଧରାଲିରେ ଆରମ୍ଭ ହୋଇଥିଲା ପ୍ରକୃତିର ଧ୍ବଂସଲୀଳା । ଚାହୁଁଚାହୁଁ ପାହାଡ ଉପରୁ ମାଡି ଆସିଥିଲା କାଦୁଅ ପାଣି । ପଥର ଓ କାଦୁଅ ମିଶା ପାହାଡି ପାଣିର ବେଗ ଏତେ ଜୋରରେ ଖିଲା ଯେ ନିମିଷକରେ ପୂରା ଗାଁ ପ୍ରଳୟର ଆଁରେ ପଶିଯାଇଥିଲା । ଭାସିଯାଇଥିଲା ଘରଦ୍ବାର, ଭାସିଗଲା ଧରାଲି ବଜାର, ଭୁସଭାସ୍ ଭାଙ୍ଗି ଭାସିଗଲା ବଡ଼ ବଡ଼ ହୋଟେଲ । କାଦୁଅ ପାଣିରେ ଭାସିଗଲା କାର୍, ଭାସିଗଲେ ମଣିଷ । ବଡ ବଡ ବିଲ୍ଡି, ଘର, ହୋଟେଲ, ମନ୍ଦିର ଭିତରେ ଥିବା ଭକ୍ତ ପାଣି ମାଡିଯିବାରୁ ତା ଭିତରେ ରହିଗଲେ । ଆମେ କହୁଛୁ ଧରାଲି ମହାପ୍ରଳୟର କଥା। ଏବେ ଥରାଲିରେ ମଧ୍ୟ ସେହିପରି ଘଟଣା ଘଟିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe