ମାସକୁ ୫,୦୦୦ ଟଙ୍କା ଦେଇ ବେକାରୀମାନଙ୍କୁ ଗୋ-ସୁରକ୍ଷା କାମରେ ନିୟୋଜନ କରିବେ ଉତ୍ତରାଖଣ୍ଡ ସରକାର

Advertisment
୫୯ ଗୋଶାଳାକୁ ୮.୧୧ କୋଟି: ଗୋ ସାଧନ କେନ୍ଦ୍ର ପାଇଁ ପ୍ରସ୍ତୁତି

Image Courtesy of The Quint

ଡେରାଡୁନ୍‌: ବୁଲା ଗୋରୁମାନଙ୍କୁ ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ନିମନ୍ତେ ‘ଗ୍ରାମ ଗୋ-ସୁରକ୍ଷା କମିଟି’ ଗଠନ କରି ତା’ର ସଦସ୍ୟମାନଙ୍କୁ ମାସିକ ୫୦୦୦ ଟଙ୍କା ଲେଖାଏଁ ଦେବା ଲାଗି ଉତ୍ତରାଖଣ୍ଡ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଏହି ପ୍ରକଳ୍ପଦ୍ବାରା ପ୍ରାୟ ୫୦ଖଣ୍ଡ ଗାଁର ବେକାରୀମାନଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବ ବୋଲି ଆଶା କରାଯାଉଛି। ଆଗାମୀ ୬ ମାସ ପାଇଁ ଏହି ପ୍ରକଳ୍ପ ଲାଗି ପ୍ରାରମ୍ଭିକ ଭାବେ ୧ କୋଟି ଟଙ୍କା ବିନିଯୋଗ କରାଯାଇଛି।

ଶନିବାର ଦିନ ପଶୁପାଳନ ମନ୍ତ୍ରୀ ସୌରଭ ବହୁଗୁଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ତରାଖଣ୍ଡ ପ୍ରାଣୀ ମଙ୍ଗଳ ବୋର୍ଡର ବୈଠକରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

publive-image Image Courtesy of The Times of India

ବହୁଗୁଣା କହିଛନ୍ତି, ବୁଲା ଗୋରୁଙ୍କ ସୁରକ୍ଷା ନିମନ୍ତେ ଥିବା ବା‌ର୍ଷିକ ବଜେଟ୍‌କୁ ୨.୫ କୋଟି ଟଙ୍କାରୁ ୧୫ କୋଟି ଟଙ୍କାକୁ ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଉତ୍ତର ପ୍ରଦେଶ ଧାରାରେ ଆମେ ମଧ୍ୟ ଗୋଖାଦ୍ୟ ବଜେଟ୍‌କୁ ଦୈନିକ ୬/- ଟଙ୍କାରୁ ୩୦/-ଟଙ୍କାକୁ ବୃଦ୍ଧି କରିଛୁ।

ଏହାଛଡ଼ା, ଗୋରୁ ଚୋରାଚାଲାଣ ରୋକିବା ଲାଗି ଉତ୍ତରାଖଣ୍ଡର ୧୩ଟି ଜିଲ୍ଲା ନିମନ୍ତେ ୧୨.୫ ଲକ୍ଷ ଲେଖାଏଁ ଟଙ୍କା ଆବଣ୍ଟନ କରିବା ଲାଗି ନିଷ୍ପତ୍ତି ମଧ୍ୟ ନିଆଯାଇଛି ବୋଲି ସେ କହିଛନ୍ତି।

ଗ୍ରାମର ଅଣକୁଶଳୀ, ଅଶିକ୍ଷିତ ଏବଂ ବେକାର ଲୋକମାନଙ୍କୁ ‘ଗୋ ସେବକ’ ଭାବେ ନିଯୁକ୍ତି ଦିଆଯିବ। ବୁଲା ଗାଈଗୋରୁଙ୍କ ଦେଖାଶୁଣା କରିବା ପାଇଁ ସେମାନଙ୍କୁ ମାସିକ ୪୦୦୦ ଟଙ୍କାରୁ ୫୦୦୦ ଟଙ୍କା ଲେଖାଏଁ  ଦିଆଯିବ। ଜଣେ ବ୍ୟକ୍ତି ଅନ୍ୟୂନ ୪/୫ଟି ଗାଈଙ୍କର ଦାୟିତ୍ବ ନେବେ ବୋଲି ସ‌େ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe