ଉତ୍ତରାଖଣ୍ତ ଜମାତୀଙ୍କୁ ଚେତାବନୀ, ଥାନାରେ ହାଜର ନହେଲେ ହତ୍ୟା ମାମଲା

Advertisment
ତବଲିଗି ଜମାତର ପାଣ୍ଠି ସଂପର୍କରେ ଖୋଳତାଡ଼ ଆରମ୍ଭ କଲା ପୁଲିସ

ଡେରାଡୁନ୍: ଦେଶରେ ସମ୍ପ୍ରତି କୋଭିଡ୍–୧୯ ସଂକ୍ରମଣ ବୃଦ୍ଧିର କାରଣ ସାଜିଥିବା ନିଜାମୁଦ୍ଦିନ୍ ତବଲିଗି ଜମାତୀମାନଙ୍କ ପାଇଁ ଉତ୍ତରାଖଣ୍ତ ପୁଲିସ ଚରମ ଚେତାବନୀ ଶୁଣାଇଛିା ତବଲିଗିି ଜମାତ ସହ ଯେ କୌଣସି ପ୍ରକାର ଜଡି଼ତ ଥିବା ବ୍ୟକ୍ତିବିଶେଷ ଏପ୍ରିଲ୍ ୬ ତାରିଖ ସୁଦ୍ଧା ସ୍ବତଃସ୍ଫୂର୍ତ୍ତ ଭାବେ ପୁଲିସ ପ୍ରଶାସନ ପାଖରେ ହାଜର ହେବାକୁ ଉତ୍ତରାଖଣ୍ତ ଡିଜିପି ଅନୀଲ୍ କୁମାର ରାଟୁରି ଶେଷ ପରାମର୍ଶ ଓ ସୁଯୋଗ ଦେଇଛନ୍ତିା ଅନ୍ୟଥା ସେମାନଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେବ ବୋଲି ରାଟୁରି ସ୍ପଷ୍ଟ କରିଛନ୍ତିା

ସୂଚନାଥାଉ କି, ଉତ୍ତରାଖଣ୍ତରେ ବର୍ତ୍ତମାନ ୨୬ ଜଣଙ୍କଠାରେ କରୋନା ସଂକ୍ରମଣ ନିଶ୍ଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ ତବଲିଗି ଜମାତ ସହ ସଂପୃକ୍ତ ଥିବା ଜଣାଯାଇଛିା ସେହିପରି ମାର୍ଚ୍ଚ ପହିଲା ପରଠାରୁ ଜମାତ କାର୍ଯ୍ୟରେ ରାଜ୍ୟରୁ ୩୨୫ ଜଣ ବାହାରକୁ ଯାଇଥିବା ବେଳେ ୩୮୩ ଜଣ ରାଜ୍ୟ ବାହାରୁ ଏଠାକୁ ଆସିଥିବାର ଏକ ତାଲିକା ପ୍ରଶାସନ ପ୍ରସ୍ତୁତ କରିଛିା ଡେରାଡୁନ୍, ନୈନିତାଲ୍, ହରିଦ୍ବାର ଏବଂ ଉଦ୍ଦାମ ସିଂ ନଗର ଅ‌ଳର ଏହି ଜମାତୀମାନଙ୍କ ମଧ୍ୟରୁ ମାତ୍ର ୨୬୦ ଜଣଙ୍କୁ ପ୍ରଶାସନ ଠାବ କରି ସଂଗରୋଧରେ ରଖିଥିବା ବେଳେ ଅନ୍ୟମାନେ ଧରାଛୁଆଁ ନଦେଇ ଆତ୍ମଗୋପନ କରିଛନ୍ତିା ଏହାଦ୍ବାରା କରୋନା ସଂକ୍ରମଣର ଆଶଙ୍କା ବଢୁଥିବା ରାଟୁରି କହିଛନ୍ତିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe