ଡେରାଡୁନ: ପଳାଅ.. ପଳାଅ.. ପାଣି ମାଡି ଆସୁଛି ପଳାଅ… ଉପରକୁ ପଳାଅ.. ଦୂରରୁ ଡାକ ଛାଡୁଥିଲେ କିଛି ଲୋକ, ହେଲେ ତାଙ୍କ ଡାକ ଯେମିତି କାହାରି ପାଖେ ପହଞ୍ଚୁ ନଥିଲା । କାରଣ ବାଦଲ ଫଟା ବର୍ଷା ପରେ ହଠାତ୍ ପାହାଡରୁ ମାଡି ଆସିଥିବା ପାଣି, ମାଟି, କାଦୁଅର ଗର୍ଜନ ଏତେ ଥିଲା ଯେ ସାରା ଧରାଲିରେ ଆତଙ୍କର ଶବ୍ଦ ଶୁଭିଥିଲା । ଧରାଲିର ଧରତ୍ରୀ ଥରିଥିଲା । ଆଉ ଚାହୁଁ ଚାହୁଁ ପ୍ରଳୟର ପାଟିରେ ପଶିଯାଇଥିଲା ପୂରା ଧରାଲି । ମିନିଟ୍ କି ୨ ମିନିଟ୍ ନୁହେଁ ମାତ୍ର ୩୪ ସେକେଣ୍ଡରେ ପୂରା ଶ୍ମଶାନ ପାଲଟିଯାଇଥିଲା ଧରାଲିର ଗାଁ । ୩୪ ସେକେଣ୍ଡରେ ହିଁ ୯୦୦ ଲୋକଙ୍କୁ ନେଇ ମୁଣ୍ଡ ଟେକିଥିବା ଗାଁ ମାଟିରେ ମିଶିଯାଇଥିଲା । 

Advertisment

ସେଦିନ ଥିଲା ମଙ୍ଗଳବାର । ଦିନ ୧ଟା ୪୫ ମିନିଟରେ ବାଦଲ ଫାଟିବା ପରେ ଧରାଲିରେ ଆରମ୍ଭ ହୋଇଥିଲା ପ୍ରକୃତିର ଧ୍ବଂସଲୀଳା । ଚାହୁଁଚାହୁଁ ପାହାଡ ଉପରୁ ମାଡି ଆସିଥିଲା କାଦୁଅ ପାଣି । ପଥର ଓ କାଦୁଅ ମିଶା ପାହାଡି ପାଣିର ବେଗ ଏତେ ଜୋରରେ ଖିଲା ଯେ ନିମିଷକରେ ପୂରା ଗାଁ ପ୍ରଳୟର ଆଁରେ ପଶିଯାଇଥିଲା । ଭାସିଯାଇଥିଲା ଘରଦ୍ବାର, ଭାସିଗଲା ଧରାଲି ବଜାର, ଭୁସଭାସ୍ ଭାଙ୍ଗି ଭାସିଗଲା ବଡ଼ ବଡ଼ ହୋଟେଲ । କାଦୁଅ ପାଣିରେ ଭାସିଗଲା କାର୍, ଭାସିଗଲେ ମଣିଷ । ବଡ ବଡ ବିଲ୍ଡି, ଘର, ହୋଟେଲ, ମନ୍ଦିର ଭିତରେ ଥିବା ଭକ୍ତ ପାଣି ମାଡିଯିବାରୁ ତା ଭିତରେ ରହିଗଲେ । 

GxojpgJXIAARyk2

୪୩ କିମି ବେଗରେ ୧୨୩୦ ଫୁଟ ଉଚ୍ଚରୁ ପାଣିର ପ୍ରଳୟ ମାଡିଯିବା ପରେ ଧରାଲି ଦେଇ ବହିଯାଇଥିବା କ୍ଷୀରଗଙ୍ଗାରେ ବଢିଗଲା ପାଣି । ସିଏ ବି ଉଗ୍ର ରୂପ ଦେଖାଇଲା । ଜଳସ୍ତର ବୃଦ୍ଧି ହେତୁ ବାରମ୍ବାର ଭୂସ୍ଖଳନ ହେଲା । ସେପଟେ ହର୍ଷିଲ ନଦୀ କୂଳରେ ଥିଲା ହେଲିପ୍ୟାଡ ଧୋଇଗଲା, ସେନା କ୍ୟାମ୍ପ ଭାସିଗଲା । ଗୋଟାଏ ଗୋଟାଏ ସ୍ଥାନରେ ବ୍ରିଜ୍ ଗାଏବ ହୋଇଯାଇଛି ତ ପୁଣି କେଉଁଠି ରାସ୍ତା ଉଭାନ ହୋଇଯାଇଛି । କାଲି ଯେଉଁଠି ଥିଲା ଗାଁ ଆଜି ସେଠି ପ୍ରଳୟର ଆଁ । 

କାଦୁଅ ମିଶା ପାଣିରେ ଘର, ମନ୍ଦିର, ହୋଟେଲ୍, ହୋମ୍ ଷ୍ଟେ ସବୁ ଭାସିଯିବା ପରେ ଏବେ ଚାରିଆଡେ ଚିତ୍କାର, ସବୁଠି ହରାଇବାର ହାହାକାର । ଧରାଲିରେ ପ୍ରକୃତି ବିନାଶର ଜଳବୋମା ଫିଙ୍ଗିବା ପରେ ପାହାଡରୁ ପ୍ରଳୟ ନୁହେଁ ବରଂ ମୃତ୍ୟୁ ବହିଆସିଥିଲା । ଯାହାର ପାଟିରେ ସବୁ ପଶିଗଲା, ସବୁ ଛାରଖାର ହେଇଗଲା.. 

ଅଧିକ ପଢନ୍ତୁ-

ଯେଉଁଠି ହୋଇଛି ମହାପ୍ରଳୟ, ସେଇଠି ଚାଲିଛି ଅପରେସନ: ମାଟି ତଳୁ ଜୀବନ ଖୋଜୁଛନ୍ତି ଯବାନ...