ବାଦଲଫଟା ବର୍ଷାପରେ ବନ୍ୟା; ମୃତ୍ୟୁମୁଖରୁ ଫେରି ଆସିଲେ ଦୁଇଜଣ ଯୁବକ

ହଠାତ ବନ୍ୟା ଆସିଯିବାରୁ ଲୋକଙ୍କୁ ଖସିଯିବାର ସୁଯୋଗ ମିଳିଲା ନାହିଁ। ଯେଉଁମାନେ ଏହି ପ୍ରାକୃତିକ ବିପର୍ଯ୍ୟୟରୁ ବଞ୍ଚି ଯାଇଛନ୍ତି ସେମାନେ ପ୍ରକୃତରେ ଭାଗ୍ୟବାନ ବୋଲି କୁହାଯାଉଛି।

New Project (2)

ଡେରାଡୁନ:  ଗତମଙ୍ଗଳବାର ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାର ଧରାଲି ଗାଁରେ ବାଦଲଫଟା ବର୍ଷାପରେ ହଠାତ୍ ବନ୍ୟା ସୃଷ୍ଟି ହୋଇ ପ୍ରବଳ କ୍ଷୟକ୍ଷତି ହୋଇଛି। ଏ ପ୍ରାକୃତିକ ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ଚାରି ଜଣଙ୍କର ମୃତ୍ୟୁ ହୋଇଥିବା  ନିଶ୍ଚିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ଅଛି। ଅନେକ ଲୋକ ନିଖୋଜ ବି ହୋଇଯାଇଛନ୍ତି।

ଏହି ଦୁଃଖଦ ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଦୁଇଜଣ ଯୁବକ କିପରି ମୁତ୍ୟୁ ମୁଖରୁ ଫେରି ଆସିଛନ୍ତି ସେ ଦୃଶ୍ୟ ଦେଖିବାକୁ ମିଳୁଛି।  ଭିଡିଓରେ କିଛି ଲୋକ ଦୁଇଜଣ ଯୁବକଙ୍କୁ ଘଟଣାସ୍ଥଳରୁ ଶୀଘ୍ର ଦୌଡ଼ି ନିଜ ଜୀବନ ବଞ୍ଚାଇବାକୁ କହୁଥିବା ଶୁଣିବାକୁ ମିଳୁଛି।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଧରାଲି ଗ୍ରାମରେ ବାଦଲ ଫଟା ବର୍ଷା ହେତୁ ବନ୍ୟା ଏବଂ ମାଟି ଅତଡ଼ା ଧସି ଯାଇଛି । ଅନେକ ଲୋକଙ୍କ ଘରଦ୍ବାର, ଦୋକାନ ଏବଂ ହୋଟେଲ ଆଦି ଭାସି ଯାଇଛି। ମାଟି ଅତଡ଼ା ତଳେ ୧୦ ରୁ ୧୨ ଜଣ ଲୋକ ଚାପି ହୋଇ ରହିଥିବା ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।

ଦୁର୍ଘଟଣା ବିଷୟରେ ସୂଚନା ପାଇବା ମାତ୍ରେ ଉତ୍ତରାଖଣ୍ଡ ପୁଲିସ, ଏସଡିଆରଏଫ୍, ଏନଡିଆରଏଫ୍ ଏବଂ ଭାରତୀୟ ସେନାର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇଛି। କିନ୍ତୁ ପ୍ରବଳ ବର୍ଷା ଏବଂ ଅବରୋଧ ହୋଇଥିବା ରାସ୍ତା ଯୋଗୁଁ ରିଲିଫ୍ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। 

ଧରାଲି ଗାଁରେ ହଠାତ ବନ୍ୟା ଆସିଯିବାରୁ ଲୋକଙ୍କୁ ଖସିଯିବାର ସୁଯୋଗ ମିଳିଲା ନାହିଁ। ଯେଉଁମାନେ ଏହି ପ୍ରାକୃତିକ ବିପର୍ଯ୍ୟୟରୁ ବଞ୍ଚି ଯାଇଛନ୍ତି ସେମାନେ ପ୍ରକୃତରେ ଭାଗ୍ୟବାନ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe