ୟୁପି ସାଧୁମାନଙ୍କ ପାଇଁ ପେନସନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

Advertisment
ୟୁପି ସାଧୁମାନଙ୍କ ପାଇଁ ପେନସନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ (ଉତ୍ତରପ୍ରଦେଶ): ୨୦୧୯ ସାଧାରଣ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ପାଇଁ ଆଉ ମାତ୍ର ଏକ ମାସ ସମୟ ବାକି ରହି ଯାଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କରିଥିବା ଘୋଷଣା ଅନୁଯାୟୀ ଏଣିକି ହିନ୍ଦୁ ସାଧୁମାନଙ୍କୁ ପେନସନ୍‌ ପ୍ରଦାନ କରାଯିବ। ଉତ୍ତରପ୍ରଦେଶରେ ଥିବା ସମସ୍ତ ହିନ୍ଦୁ ସାଧୁ, ଯେଉଁମାନଙ୍କର ବୟସ ୬୦ ବର୍ଷ ବା ତଦ୍ଦୁର୍ଦ୍ଧ ସେମାନେ ସମସ୍ତେ ଏହି ପେନ୍‌ସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ।

ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ପେନ୍‌ସନ ପ୍ରଦାନ କରିବା ପାଇଁ ରହିଥିବା ଯୋଜନା ଅଧୀନରେ ଏହି ଯୋଜନାକୁ ସାମିଲ କରା ଯାଇଛି। ଏଥିସହ ରାଜ୍ୟରେ ଥିବା ୬୦ ବର୍ଷ ବା ତଦ୍ଦୁର୍ଦ୍ଧ ସମସ୍ତ ହିନ୍ଦୁ ସାଧୁଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ଯୋଜନାରେ ସାମିଲ କରିବା ଲକ୍ଷ୍ୟରେ ସମଗ୍ର ରାଜ୍ୟରେ ଏକାଧିକ କ୍ୟାମ୍ପ ପ୍ରତିଷ୍ଠା କରାଯିବ ଏବଂ ଆସନ୍ତା ଜାନୁଆରି ୩୦ ତାରିଖ ପର୍ଯ୍ୟନ୍ତ ଏହି ସମସ୍ତ କ୍ୟାମ୍ପରେ କାର୍ଯ୍ୟ ଚାଲିବା ସହ ପେନସନ ପାଇବା ନିମନ୍ତେ ଯୋଗ୍ୟ ସାଧୁମାନଙ୍କୁ ଚିହ୍ନଟ କରାଯିବ ବୋଲି ନିଜ ଘୋଷଣାନାମାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।


ତେବେ, ସଂପ୍ରତି ରାଜ୍ୟରେ କୁମ୍ଭମେଳା ଚାଲିଥିବା ବେଳେ ଲକ୍ଷାଧିକ ସାଧୁ ପ୍ରୟାଗରାଜରେ ଏକତ୍ରିତ ହୋଇଛନ୍ତି। ତେଣୁ, ଏହି ଅବସରରେ ସାଧୁ ସମାଜର ତୁଷ୍ଟିକରଣ କରିବା ଲକ୍ଷ୍ୟରେ ଏହା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏହା ଏକ ରାଜନୈତିକ ଚାଲ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ ସମଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe