ପ୍ରତିରୋପଣ ପାଇଁ ଚୀନା କଳାବଜାରରେ ବିକ୍ରି ହେଉଛି ଉଇଗର୍‌ମାନଙ୍କ ଅଙ୍ଗପ୍ରତ୍ୟଙ୍ଗ

Advertisment
ପ୍ରତିରୋପଣ ପାଇଁ ଚୀନା କଳାବଜାରରେ ବିକ୍ରି ହେଉଛି ଉଇଗର୍‌ମାନଙ୍କ ଅଙ୍ଗପ୍ରତ୍ୟଙ୍ଗ

Image Courtesy of Quartz

ନୂଆଦିଲ୍ଲୀ: ପ୍ରତିରୋପଣ ପାଇଁ ବଳପୂର୍ବକ ଉଇଗର୍‌, ଆଦିମ ଅଧିବାସୀ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁମାନଙ୍କର ଅଙ୍ଗପ୍ରତ୍ୟଙ୍ଗ ସବୁ କଳାବଜାରରେ ବିକ୍ରୟ କରି ଚୀନ୍‌ କୋଟି କୋଟି ଟଙ୍କା ଉପାର୍ଜନ କରୁଥିବା କଥା ଏକ ରିପୋର୍ଟରେ ଦାବି କରାଯାଇଛି। ଯଦି ଏହା ସତ୍ୟ ବୋଲି ପ୍ରମାଣିତ ହୁଏ ତେବେ ଚୀନ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆନ୍ତର୍ଜାତିକ ସମୁଦାୟ ଆହ୍ଵାନ ଦେବେ ବୋଲି ଆଶା କରାଯାଉଛି।

ଅଷ୍ଟ୍ରେଲିଆର ମେଲ୍‌ବର୍ଣ୍ଣରୁ ପ୍ରକାଶିତ ‘ହେରାଲ୍‌ଡ୍‌ ସନ୍‌’ ନାମକ ଏକ ସକାଳୁଆ ‘ଟାବ୍‌ଲଏଡ୍‌’ ସମ୍ବାଦପତ୍ରରେ ଚୀନ୍‌ର ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ବଳପୂର୍ବକ ଏଭଳି ଜଘନ୍ୟ ମାନବୀୟ ଅଧିକାର ଉଲ୍ଲଂଘନ ହେଉଥିବା ସବିଶେଷ ବିବରଣୀ ସମ୍ବଳିତ ରିପୋର୍ଟ ପ୍ରକାଶ ପାଇଛି। ଉକ୍ତ ରିପୋର୍ଟ ଅନୁସାରେ, କଳାବଜାରରେ ଗୋଟାଏ ସୁସ୍ଥ ‘ଲିଭର୍‌’ର (ଯକୃତ) ମୂଲ୍ୟ ୧୬୦,୦୦୦ ଆମେରିକୀୟ ଡଲାର୍‌ରେ ବିକ୍ରି ହେଉଛି। ମନୁଷ୍ୟ ଶରୀର ଅଙ୍ଗପ୍ରତ୍ୟଙ୍ଗ କଳାବଜାରରୁ ଚୀନ୍‌ ବର୍ଷକୁ ଅନ୍ୟୂନ ୧ ବିଲିୟନ୍‌ ଆମେରିକୀୟ ଡଲାର୍‌ ଉପାର୍ଜନ କରୁଛି।

publive-image Image Courtesy of ABC News

ଚୀନ୍‌ର ‘ଡିଟେନ୍‌ସନ୍‌ ସେଣ୍ଟର୍‌’ମାନଙ୍କରେ ଥିବା ବ୍ୟକ୍ତିମାନଙ୍କ ଶରୀରରୁ ପ୍ରତିରୋପଣ ଉପଯୋଗୀ ମନୁଷ୍ୟ ଶରୀରର ଅଙ୍ଗପ୍ରତ୍ୟଙ୍ଗ ବାହାର କରାଯାଇ ବିକ୍ରୟ ହେଉଥିବା ଅଭିଯୋଗ ପୂର୍ବରୁ ମଧ୍ୟ ଉଠିଥିଲା। ଚଳିତ ବର୍ଷ ଜୁନ୍‌ ମାସରେ ମଧ୍ୟ ଜାତିସଂଘ ମାନବ ଅଧିକାର କମିସନ୍‌ କହିଥିଲା ଯେ, ଚୀନ୍‌ର ‘ଡିଟେନ୍‌ସନ୍‌ ସେଣ୍ଟର୍‌’ମାନଙ୍କରେ (ଅଟକ କେନ୍ଦ୍ର) ‘ଫାଲୁନ୍‌ ଗୋଙ୍ଗ୍‌ ପ୍ରାକ୍ଟିସନର୍‌’, ‘ଉଇଗର୍‌’, ତିବ୍ଦତୀୟ’, ମୁସଲମାନ ଏବଂ ଖ୍ରୀଷ୍ଟିଆନ୍‌ମାନଙ୍କ ଦେହରୁ ପ୍ରତିରୋପଣ ପାଇଁ ବଳପୂର୍ବକ ଅଙ୍ଗପ୍ରତ୍ୟଙ୍ଗ କଢ଼ା ଯାଉଥିବାରୁ ତା’ର ମାନବ ଅଧିକାର ବିଶେଷଜ୍ଞମାନେ ଖୁବ୍‌ ବିବ୍ରତ ହୋଇପଡ଼ିଛନ୍ତି। ସେମାନେ ଏ ସମ୍ପର୍କୀୟ ବିଶ୍ୱାଯୋଗ୍ୟ ସୂଚନା ମଧ୍ୟ ପାଇଥିବା କଥା କହିଛନ୍ତି। ବିନା ସମ୍ମତିରେ ସମ୍ପୃକ୍ତ ସଂଖ୍ୟାଲଘୁଙ୍କର ରକ୍ତ ପରୀକ୍ଷା ଏବଂ ଅଲ୍‌ଟ୍ରାସାଉଣ୍ଡ୍‌ ଏବଂ ଏକ୍ସରେଦ୍ୱାରା ଅଙ୍ଗପ୍ରତ୍ୟଙ୍ଗ ପରୀକ୍ଷା କରାଯାଉଥିବା ବେଳେ ଜେଲ୍‌ରେ ଥିବା ଅସୁସ୍ଥ କଏଦୀମାନଙ୍କର ମଧ୍ୟ ଏଭଳି ପରୀକ୍ଷା କରାଯାଉନାହିଁ ବୋଲି ସେମାନଙ୍କୁ ରିପୋର୍ଟ ମିଳିଛି।

ନିକଟରେ ‘ହେରାଲ୍‌ଡ୍‌ ସନ୍‌’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ‘ଡିଟେନ୍‌ସନ୍‌ ସେଣ୍ଟର୍‌’ଗୁଡ଼ିକ ନିକଟରେ ଥିବା ଡାକ୍ତରଖାନାଗୁଡ଼ିକରେ ପ୍ରତିରୋପଣ ପାଇଁ ଉକ୍ତ ଅଙ୍ଗପ୍ରତ୍ୟଙ୍ଗ ସବୁକୁ ଅସ୍ତ୍ରୋପଚାର କରାଯାଇ ବାହାର କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe