ଦେଶରେ ଟିକାକରଣ ୪୮ କୋଟି ଟପିଲା

Advertisment
୯୮% ନେଲେଣି ପ୍ରଥମ ଡୋଜ୍, ରାଜ୍ୟ ବାହାରକୁ ପଳାଇଛନ୍ତି ୧୫ଲକ୍ଷ ପ୍ରବାସୀ

ନୂଆଦିଲ୍ଲୀ : ଦେଶରେ ଟିକାକରଣ କାର୍ଯ୍ୟକ୍ରମ ତ୍ବରାନ୍ବିତ ହୋଇଛି ଏବଂ ଗତକାଲି ସନ୍ଧ୍ୟା ସୁଦ୍ଧା ଏହା ୪୮ କୋଟି ଟପିଛି। ମଙ୍ଗଳବାର ସନ୍ଧ୍ୟା ୭ଟା ସୁଦ୍ଧା ଦେଶରେ ମୋଟ୍‌ ୪୮୪,୧୮୧,୬୭୬ ଡୋଜ୍‌ ଟିକା‌ ଦିଆଯାଇଛି। ଗତକାଲି ଦିନକରେ ୫,୧୫୧,୮୯୧ ଡୋଜ୍‌ ଟିକା‌ ଦିଆଯାଇଛି। ଊତ୍ତରପ୍ରଦେଶ ଗତକାଲି ୨୦ ଲକ୍ଷରୁ ଅଧିକ ଟିକାକରଣ କରିଛି। ଗତକାଲି ୧୮-୪୫ ବର୍ଷ ମଧ୍ୟରେ ୨,୯୪୩,୮୮୯ ଜଣ ପ୍ରଥମ ଡୋଜ୍‌ ନେଇଥିବାବେଳେ ୩୮୭,୦୭୬ ଜଣ ଦ୍ବିତୀୟ ‌ଡୋଜ୍‌ ନେଇଛନ୍ତି। ତେବେ ସମଗ୍ର ଦେଶରେ ଏହି ବୟସ ସୀମା ମଧ୍ୟରେ ମୋଟ୍‌ ୧୬୩,୪୮୫,୪୨୨ ଜଣ ପ୍ରଥମ ଡୋଜ୍‌ ନେଇଛନ୍ତି ଏବଂ ୯,୮୨୩,୨୦୪ ଜଣ ଦ୍ବିତୀୟ ଡୋଜ୍‌ ନେଇଛନ୍ତି।

ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ୧୮-୪୫ ବର୍ଷ ମଧ୍ୟରେ ୧୦ ନିୟୁତରୁ ଅଧିକ ଡୋଜ୍‌ ଦିଆଯାଇଛି। ଅନ୍ୟପକ୍ଷେ ଆନ୍ଧ୍ରପ୍ରଦେଶ, ଆସାମ, ଛତିଶଗଡ଼, ଦିଲ୍ଲୀ, ହରିୟାଣା, ଝାଡ଼ଖଣ୍ଡ, କେରଳ, ତେଲେଙ୍ଗାନା, ହିମାଚଳପ୍ରଦେଶ, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗରେ ୧୮-୪୫ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରଥମ ଡୋଜ୍‌ ନେଇଛନ୍ତି। ମଙ୍ଗଳବାର ରାତି ସୁଦ୍ଧା ଦେଶରେ ମୋଟ୍‌ ୩୭ କୋଟି ୫୦ ଲକ୍ଷରୁ ଅଧିକ ଲୋକଙ୍କୁ ୪୮୪,୧୮୧,୬୭୬ ଡୋଜ୍‌ ଦିଆଯାଇଛି। ଅଗଷ୍ଟ ୩ ପର୍ଯ୍ୟନ୍ତ ୧୦ କୋଟି ୫୦ ଲକ୍ଷରୁ ଅଧିକ ଲୋକ ସମ୍ପୂର୍ଣ୍ଣ ଡୋଜ୍‌ ନେଇଛନ୍ତି। ଅନ୍ୟପକ୍ଷେ ୨୬ କୋଟି ୯୦ ଲକ୍ଷରୁ ଅଧିକ ଲୋକ କେବଳ ପ୍ରଥମ ଡୋଜ୍‌ ନେଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe