ଭାରତରେ ଟିକାକରଣ ତ୍ବରାନ୍ବିତ, ୧୬ଲକ୍ଷରୁ ଅଧିକ ଲୋକ ଟିକା ନେଲେଣି

Advertisment

ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆହୁରି ବିଶାଳ ହେବ

ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆହୁରି ବିଶାଳ ହେବ

ଭାରତରେ ଟିକାକରଣ ତ୍ବରାନ୍ବିତ, ୧୬ଲକ୍ଷରୁ ଅଧିକ ଲୋକ ଟିକା ନେଲେଣି

ନୂଆଦିଲ୍ଲୀ : କରୋନା ଭାଇରସ୍‌ ବିରୋଧରେ ଏବେ ସବୁଠାରୁ ବଡ଼ ଟିକାକରଣ ଅଭିଯାନ ଭାରତରେ ଚାଲିଛି । ଆଜି ପର୍ଯ୍ୟନ୍ତ ୧୬ ଲକ୍ଷରୁ ଅଧିକ ଲୋକ କୋଭିଡ-୧୯ ଟିକା ନେଇସାରିଥିବା ବେଳେ ୧୦ ଲକ୍ଷ ସଂଖ୍ୟା ଛୁଇଁବା ପାଇଁ ମାତ୍ର ୬ ଦିନ ଲାଗିଥିଲା। ଆମେରିକା ଏବଂ ବ୍ରିଟେନ୍‌ରେ ଟିକାକରଣ ମନ୍ଥର ଗତିରେ ଚାଲିଛି ଏବଂ ୧୦ ଲକ୍ଷ ସଂଖ୍ୟା ଅତିକ୍ରମ କରିବାକୁ ସେମାନଙ୍କୁ ୧୮ ଦିନ ଲାଗି ଯାଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିବା ପରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଯୋଜନାକୁ ଆହୁରି ବ୍ୟାପକ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ଏବଂ ସମସ୍ତ ରାଜ୍ୟ ସେହି ଆଧାରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତରେ ପ୍ରସ୍ତୁତ ଅକ୍ସଫୋର୍ଡ ଟିକା କୋଭିସିଲ୍‌ଡ ଏବଂ ସ୍ବଦେଶୀ ଟିକା ‌କୋଭାକ୍ସିନ ସଂପୂର୍ଣ୍ଣ ନିରାପଦ ଏବଂ ଅନ୍ୟ ଟିକା ଅପେକ୍ଷା ଅଧିକ ପ୍ରଭାବୀ ଥିବାରୁ ଏବେ ୯୦ରୁ ଅଧିକ ରାଷ୍ଟ୍ର ଭାରତଠାରୁ ଟିକା ଚାହୁଛନ୍ତି। ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଭାରତ ଏବେ ଟିକା ଯୋଗାଇ ଦେଉଛି ଏବଂ ଆଫ୍ରିକୀୟ ରାଷ୍ଟ୍ରମାନଙ୍କୁ ମଧ୍ୟ ଟିକା ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଟିକା ନେବେ ବୋଲି ଜଣାପଡ଼ିଛି। ଲୋକଙ୍କ ମଧ୍ୟରେ ଟିକା ନେଇ ସଚେତନତା ଏବଂ ଭରସା ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀମାନେ ଦ୍ବିତୀୟ ପର୍ଯ୍ୟାୟରେ ଟିକା ଗ୍ରହଣ କରିବେ। ଏହା ସହିତ ୫୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକାକରଣରେ ସାମିଲ କରାଯିବ ଏବଂ ପ୍ରାୟ ୩୦ କୋଟି ଲୋକଙ୍କୁ ଟିକା ଦେବାକୁ ଯୋଜନା ରହିଛି । ଭାରତରେ ଏବେ ସଂକ୍ରମଣ କମିବା ସହ ଆରୋଗ୍ୟ ହାର ମଧ୍ୟ ବିଶ୍ବରେ ସର୍ବାଧିକ ରହିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୫, ୯୪୮ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ‌ ଆରୋଗ୍ୟ ହାର ୯୬.୮୩ ପ୍ରତିଶତ ରହିଛି । ଦେଶରେ ସକ୍ରିୟ ମାମଲାର ୭୫ ପ୍ରତିଶତ କେବଳ କେରଳ, ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଂଗରୁ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe