ହସ୍ପିଟାଲ୍‌ ରହଣୀକୁ ୭୫-୮୦% କମାଇ ଦେଉଛି ଟିକାକରଣ

Advertisment
ହସ୍ପିଟାଲ୍‌ ରହଣୀକୁ ୭୫-୮୦% କମାଇ ଦେଉଛି ଟିକାକରଣ

ନୂଆଦିଲ୍ଲୀ : ଟିକାକରଣ କୋଭିଡ୍‌ ପରବର୍ତ୍ତୀ ହସ୍ପିଟାଲ୍‌ ରହଣୀକୁ ୭୫-୮୦ ପ୍ରତିଶତ କମାଇ ଦେଇପାରିବ ଏବଂ ଅକ୍ସିଜେନ୍‌ର ଆବଶ୍ୟକତାକୁ ଏହ‌ା ମାତ୍ର ୮ ପ୍ରତିଶତକୁ କମାଇ ଦେଇପାରିବ। ଏକ ଅଧ୍ୟୟନରୁ ଏହା ଜଣାପଡ଼ିଥିବା ସରକାର କହିଛନ୍ତି। ଟିକା ନେଇଥିବା ବ୍ୟକ୍ତି କରୋନାରେ ପୀଡ଼ିତ ହେଲେ ମାତ୍ର ୮ ପ୍ରତିଶତଙ୍କୁ ଅକ୍ସିଜେନ୍‌ ଦରକାର ପଡ଼ିପାରେ ଏବଂ ଆଇସିୟୁର ଆବଶ୍ୟକତା ମଧ୍ୟ ମାତ୍ର ୬ ପ୍ରତିଶତଙ୍କ କ୍ଷେତ୍ରରେ ରହିପାରେ ବୋଲି ନିତି ଆୟୋଗ ସଦସ୍ୟ ଡାକ୍ତର ଭି କେ ପଲ୍‌ କହିଛନ୍ତି।

ଦେଶରେ ଦୈନିକ ନୂଆ ମାମଲାରେ ୮୫ ପ୍ରତିଶତ ହ୍ରାସ ହୋଇଥିବା ସରକାର କହିଛନ୍ତି। ମୋଟ୍‌ ସକ୍ରିୟ ମାମଲାରେ ୭୮.୬ ପ୍ରତିଶତ ହ୍ରାସ ହୋଇଛି। ଦେଶର ୫୧୩ଟି ଜିଲ୍ଲାରେ ପଜିଟିଭ୍‌ ହାର ୫ ପ୍ରତିଶତରୁ କମ୍‌ ରହିଛି। ଆରୋଗ୍ୟ ହାର ଲଗାତାର ଭାବେ ବଢ଼ୁଛି। ଦେଶରେ ଏବେ ଆରୋଗ୍ୟ ହାର ୯୬ ପ୍ରତିଶତ ରହିଛି। ଜୁନ୍‌ ୧୧ରୁ ୧୭ ମଧ୍ୟ‌ରେ ଦେଶର ୫୧୩ଟି ଜିଲ୍ଲାରେ ପଜିଟିଭ୍‌ ହାର ୫ ପ୍ରତିଶତରୁ କମ୍‌ ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଲବ ଅଗ୍ରୱାଲ୍‌ କହିଛନ୍ତି। ଗ୍ରାମୀଣ ଅଞ୍ଚଳରେ ସେରୋପଜିଟିଭ୍‌ ହାର ୧୮ ବର୍ଷରୁ କମ୍‌ ବୟସ୍କଙ୍କ ମଧ୍ୟରେ ୫୬ ପ୍ରତିଶତ ଥିବାବେଳେ ୧୮ରୁ ଅଧିକ ବୟସ ବର୍ଗଙ୍କ କ୍ଷେତ୍ରରେ ଏହା ୬୩ ପ୍ରତିଶତ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe