The Prevalent India
ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ପ୍ରାପ୍ତ ବୟସ୍କଙ୍କ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡ଼େକର ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଜାଭଡ଼େକର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଦ୍ବାରା ଦେଶର ଟିକାକରଣ ବ୍ୟବସ୍ଥା ନେଇ ଦିଆଯାଇଥିବା କେତେକ ବୟାନ ଉପରେ ଜବାବ ଦେଇ କହିଛନ୍ତି ଯେ ରାହୁଲ ଗାନ୍ଧି କଂଗ୍ରେସ ଶାସିତ ରାଜ୍ୟରେ ଟିକାକରଣକୁ ନେଇ ଲାଗି ରହିଥିବା ଚରମ ଅବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ଉଚିତ।
ରାହୁଲ ଗାନ୍ଧି ଏକ ବୟାନରେ କହିଥିଲେ ଯେ ଦେଶରେ ୧୩୦ କୋଟି ଜନସଂଖ୍ୟାରୁ ମାତ୍ର ୩ ପ୍ରତିଶତଙ୍କୁ ଟିକା ମିଳିଛି। ଜାଭଡ଼େକର କହିଛନ୍ତି ଯେ ଯଦି ରାହୁଲ ଗାନ୍ଧିଙ୍କର କରୋନା ଟିକାକୁ ନେଇ ଚିନ୍ତା ଅଛି ତା’ହେଲେ କଂଗ୍ରେସ ଶାସିତ ରାଜ୍ୟମାନେ ୧ ମେ’ରୁ ଦିଆଯାଇଥିବା ଟିକା କୋଟାକୁ କାହିଁକି ଗ୍ରହଣ କରିନାହାନ୍ତି ତାହାର ଜବାବ ଦେବାକୁ ପଡ଼ିବ। ୧୮ରୁ ୪୪ ବର୍ଷ ଆୟୁ ବର୍ଗର ଲୋକଙ୍କୁ ଟିକା ଦେବାରେ କଂଗ୍ରେସ ଶାସିତ ରାଜ୍ୟରେ ମନ୍ଥରତାକୁ ନେଇ ଜାଭଡ଼େକର ଉଦ୍ବେଗ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ସୋସିଆଲ ମିଡିଆରେ ରାହୁଲ ଗାନ୍ଧିଙ୍କ ଅର୍ଥହୀନ, ବିଭ୍ରାନ୍ତିକର ବୟାନ କେବଳ ଇଣ୍ଟରନେଟ୍ର ଦୁରୁପଯୋଗ ବୋଲି ଜାଭଡ଼େକର କହିଛନ୍ତି। ରାହୁଲଙ୍କ ଆଚରଣ
Follow Us