ରୁଷିଆକୁ ନିନ୍ଦା ନକରିବା ମହଙ୍ଗା ପଡ଼ିଲା; ବାଂଲାଦେଶକୁ କୋଭିଡ୍‌ ଟିକା ଯୋଗାଣ ରଦ୍ଦ

Advertisment
ରୁଷିଆକୁ ନିନ୍ଦା ନକରିବା ମହଙ୍ଗା ପଡ଼ିଲା; ବାଂଲାଦେଶକୁ କୋଭିଡ୍‌ ଟିକା ଯୋଗାଣ ରଦ୍ଦ

ନୂଆଦିଲ୍ଲୀ: ୟୁକ୍ରେନ୍‌ ପ୍ରସଙ୍ଗରେ ରୁଷିଆକୁ ନିନ୍ଦା କରିବାରୁ ଦୂରେଇ ରହିବା ପାଇଁ ବାଂଲାଦେଶର ନିଷ୍ପତ୍ତି ବର୍ତ୍ତମାନ ବାଂଲାଦେଶ ପାଇଁ ମହଙ୍ଗା ପଡ଼ିବାକୁ ଯାଉଛି। ଏହି କାରଣ ପାଇଁ ବାଂଲାଦେଶକୁ ମିଳିବାକୁ ଥିବା କୋଭିଡ୍‌ ଟିକା ଆଉ ମିଳିବ ନାହିଁ।
ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ମିଳିତ ଜାତିସଂଘ (ୟୁଏନ୍‌) ସାଧାରଣ ସଭା ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷକୁ ନିନ୍ଦା କରିବା ଏବଂ ତୁରନ୍ତ ୟୁକ୍ରେନ୍‌ରୁ ସୈନ୍ୟ ପ୍ରତ୍ୟାହାର ଦାବି କରିବା ସପକ୍ଷରେ ଅତ୍ୟଧିକ ମତ ଦେଇଥିଲା। ତେବେ, ୟୁଏନ୍‌ର ୧୯୩ ସଦସ୍ୟ ରାଷ୍ଟ୍ରମଧ୍ୟରୁ ୧୪୧ଟି ରାଷ୍ଟ୍ର ଏହି ସଂକଳ୍ପ ସପକ୍ଷରେ ମତ ଦେଇଥିଲେ। ରୁଷ, ବେଲାରୁଷ, ଉତ୍ତର କୋରିଆ, ସିରିଆ ଏବଂ ଇରିଟ୍ରିଆ ସମେତ ପାଞ୍ଚଟି ରାଷ୍ଟ୍ର ସଙ୍କଳ୍ପ ବିରୁଦ୍ଧରେ ମତ ଦେଇଥିଲେ। ଅବଶିଷ୍ଟ ୩୫ ଟି ଦେଶ ଭୋଟରୁ ଦୂରେଇ ରହଥିିଲେ।

ସଙ୍କଳ୍ପ ବିରୁଦ୍ଧରେ ଭୋଟ ଦେବାରୁ ବିରତ ରହିଥିବା ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ଦକ୍ଷିଣ ଏସୀୟ ଦେଶ ବାଂଲାଦେଶ ରହିଥିଲା। ଏବେ ବାଂଲାଦେଶର ସେହି ନିଷ୍ପତ୍ତିର ଫଳସ୍ୱରୂପ, ଲିଥୁଆନିଆ ବାଂଲାଦେଶକୁ କୋଭିଡ୍‌ ଟିକା ପ୍ରଦାନ କରିବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲା ତାହାକୁ ରଦ୍ଦ କରିଦେଇଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଲିଥୁଆନିଆ ସପ୍ତାହ ଆରମ୍ଭରୁ ୪,୪୦,୦୦୦ ରୁ ଅଧିକ କୋଭିଡ୍‌-୧୯ ଟିକା ବାଂଲାଦେଶକୁ ପଠାଇବା ପାଇଁ ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe