ମଡର୍ଣ୍ଣା- ଫାଇଜରର ଚୂଡ଼ାନ୍ତ ପରୀକ୍ଷଣ, ବର୍ଷ ଶେଷ ସୁଦ୍ଧା ଟିକା

ଅଗଷ୍ଟ ୧୨ରେ ନିଜର କରୋନା ଟିକାର ପଂଜୀକରଣ କରିବ ଋଷିଆ, ପ୍ରଥମେ ସ୍ୱାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ଦିଆଯିବ ଟିକା

Image Courtesy of Hindustan Times

ଵାସିଂଟନ: ଦୁଇ ପ୍ରମୁଖ ଆନ୍ତର୍ଜାତିକ ଭେଷଜ କମ୍ପାନି ମଡର୍ଣ୍ଣା ଓ ଫାଇଜର ପକ୍ଷରୁ ନିଜ ଦ୍ବାରା ପୃଥକ୍‌ ପୃଥକ୍‌ ଭାବେ ବିକଶିତ କୋଭିଡ୍‌-୧୯ ଟିକାର ଗୁରୁତ୍ବପୂର୍ଣ୍ଣ ତୃତୀୟ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ଆରମ୍ଭ ହୋଇଛି। ଗତ ସୋମବାର ଠାରୁ ପ୍ରାୟ ୩୦ ହଜାରରୁ ଅଧିକ ସ୍ବେଚ୍ଛାସେବୀ ସାମିଲ ହୋଇଥିବା ଏହି ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣରୁ ଆଶାନୁରୂପ ଫଳାଫଳ ଉଭୟ ଆଶା ରଖିବା ସହ ଚଳିତ ବର୍ଷ ଶେଷ ସୁଦ୍ଧା ସାର୍ବଜନୀନ ବ୍ୟବହାର ପାଇଁ ଉପଯୁକ୍ତ ଟିକା ବଜାରକୁ ଛାଡ଼ିବେ ବୋଲି ଉଭୟ କମ୍ପାନି ଆଶାବାଦୀ ଅଛନ୍ତି।

ତେବେ ସେମାନଙ୍କ ଟିକା ବିକାଶର ବିଶେଷତ୍ବ ହେଉଛି, ଉଭୟ କମ୍ପାନିର ଟିକାରେ ଏକାପ୍ରକାରର ଜ୍ଞାନକୌଶଳକୁ ବ୍ୟବହାର କରାଯାଇଛି ଏବଂ ତାହା ପାରମ୍ପରିକ ଟିକା ପ୍ରସ୍ତୁତି ଠାରୁ ଅଲଗା ଭାବରେ ତଥା ଦ୍ରୁତ ବେଗରେ ପ୍ରସ୍ତୁତ କରାଯାଇଛି। ତେବେ ଏ ପ୍ରକାର ପ୍ରସ୍ତୁତି ପାଇଁ ପୂର୍ବରୁ ବେଶୀ କିଛି ପରୀକ୍ଷଣ ବିବରଣୀ ନଥିବାରୁ ସେମାନଙ୍କୁ ଏହି ନୈଦାନିକ ପରୀକ୍ଷଣ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିବାକୁ ପଡୁଛି। ପୂର୍ବରୁ କୌଣସି ବି ରୋଗ ପାଇଁ ଟିକା ପ୍ରସ୍ତୁତ କରିନଥିବା ମଡର୍ଣ୍ଣା କମ୍ପାନି କିନ୍ତୁ କୋଭିଡ୍‌ ଟିକାର ବିକାଶ ପାଇଁ ଆମେରିକା ସରକାରଙ୍କଠାରୁ ଶହେ କୋଟି ଡଲାର ଗ୍ରହଣ କରିଛି। ସେହିପରି ଫାଇଜର କମ୍ପାନି ମଧ୍ୟ ଆଗକୁ ୫ କୋଟି ଆମେରିକାବାସୀଙ୍କୁ ଆବଶ୍ୟକ ଟିକା ଯୋଗାଇ ଦେବା ଲାଗି ଟ୍ରମ୍ପ୍‌ ପ୍ରଶାସନ ସହ ୨୦୦ କୋଟି ଡଲାରର ଚୁକ୍ତି ସ୍ବାକ୍ଷର କରିଛି। ଚୂଡ଼ାନ୍ତ ପରୀକ୍ଷଣ ଆଶାନୁରୂପ ପ୍ରମାଣିତ ହେଲେ ୨୦୨୧ ମସିହା ସୁଦ୍ଧା ଫାଇଜର କମ୍ପାନି ନିଜ ଟିକାର ୧୩୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe