Image Courtesy of Reuters
ନୂଆଦିଲ୍ଲୀ: ଟିକାକରଣକୁ କରୋନା ଭାଇରସ୍ ବିରୁଦ୍ଧରେ ସବୁଠାରୁ ବଡ ଅସ୍ତ୍ର ଭାବରେ ବିବେଚନା କରାଯାଉଛି ଏବଂ ଦେଶରେ ୧୮ ବର୍ଷରୁ ଅଧିକ ଲୋକଙ୍କୁ ଟିକା ଦେବା ପାଇଁ କାର୍ଯ୍ୟ ଚାଲିଛି। କିନ୍ତୁ ଏହାରି ମଧ୍ୟରେ ଟିକା ଅଭାବ ନେଇ ଅନେକ ରାଜ୍ୟ ଅଭିଯୋଗ କରିଛନ୍ତି ଏବଂ ଟିକାକରଣ କେନ୍ଦ୍ର ବନ୍ଦ କରି ଦେଇଛନ୍ତି। ତେବେ ଟିକା ଅଭାବକୁ ନେଇ କେନ୍ଦ୍ର ସରକାର କହିଛନ୍ତି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ପର୍ଯ୍ୟାପ୍ତ ପରିମାଣର ଟିକା ଅଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦିନ କହିଛି ଯେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧.୫୭ କୋଟିରୁ ଅଧିକ ଡୋଜ ରହିଛି। କେନ୍ଦ୍ର ଏପର୍ଯ୍ୟନ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୨୩ କୋଟିରୁ ଅଧିକ ଟିକା ପ୍ରଦାନ କରିଛି। ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଏପର୍ଯ୍ୟନ୍ତ ୧ କୋଟି ୫୭ ଲକ୍ଷ ୭୪ ହଜାର ୭୪୧ ଡୋଜ ରହିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ୨୧ କୋଟି ୬୦ ଲକ୍ଷ ୪୬ ହଜାର ୬୩୮ ଡୋଜ କରୋନା ଟିକା ଲୋକ ନେଇସାରିଲେଣି | ଏଥିମଧ୍ୟରୁ ୧୭.୧୨ କୋଟି ଲୋକ ପ୍ରଥମ ଡୋଜ ଟିକା ଗ୍ରହଣ କରିଥିବାବେଳେ ୪.୪୮ କୋଟି ସେକେଣ୍ଡ ଡୋଜ ମଧ୍ୟ ଦିଆଯାଇଛି |
Follow Us