ଭାରତକୁ ଟିକା ଯୋଗାଣ ପ୍ରସଙ୍ଗ: ମୋଦୀଙ୍କ ସହ କଥା ହେଲେ କମଳା ହାରିସ୍‌

Advertisment
ଭାରତକୁ ଟିକା ଯୋଗାଣ ପ୍ରସଙ୍ଗ: ମୋଦୀଙ୍କ ସହ କଥା ହେଲେ କମଳା ହାରିସ୍‌

ନୂଆଦିଲ୍ଲୀ: ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ୍‌ରେ କଥା ହୋଇଛନ୍ତି। ଉଭୟ ନେତା କୋଭିଡ୍‌ ଟିକାକୁ ନେଇ ଆଲୋଚନା କରିଛନ୍ତି। ଭାରତକୁ ଆମେରିକା ଟିକା ଯେଗାଇବା ନେଇ କମଳା ହାରିସ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନା ପରେ ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ଯେ ଆମେରିକାର ଟିକା ରଣନୀତିରେ ଭାରତକୁ ଯୋଗାଣ ପାଇଁ ଯେଉଁଭଳି ପଦକ୍ଷେପ ନିଆଯାଇଛି ଏବଂ ଆଶ୍ବସ୍ତ କରାଯାଇଛି ତାହା ପ୍ରଶଂସନୀୟ।

ଆମେରିକା ସରକାର, ବ୍ୟବସାୟୀ ଗୋଷ୍ଠୀ ଏବଂ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। କମଳାଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ତାଙ୍କୁ ଭାରତ ଆସିବା ପାଇଁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। କୋଭିଡ ସ୍ଥିତି ସୁଧୁରିବା ପରେ ଭାରତ ଗସ୍ତରେ ଆସିବା ପାଇଁ ପ୍ରଧାନମନ୍ତ୍ରୀ କମଳାଙ୍କୁ କହିଛନ୍ତି। ଚଳିତ ମାସ ଶେଷ ଆଡ଼କୁ ଆମେରିକାରୁ କୋଭିଡ୍‌ ଟିକା ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଇତିମଧ୍ୟରେ ଭାରତରେ ଟିକାପ୍ରସ୍ତୁତି ତ୍ବରାନ୍ବିତ ପାଇଁ କଂଚାମାଲ ଯୋଗାଣ କ୍ଷେତ୍ରରେ ରହିଥିବା କଟକଣାକୁ ମଧ୍ୟ ଆମେରିକା କୋହଳ କରିଛି। କୋଭିଡ୍‌ ଦ୍ବିତୀୟ ଲହରରେ ଭାରତରେ ଅଚାନକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ିବା ପରେ ଟିକାକରଣକୁ ତ୍ବରାନିତ କରାଯାଇଥିଲା। ତେବେ ଟିକା ଅଭାବଜନିତ ସମସ୍ୟାରୁ ମୁକୁଳିବା ପାଇଁ ଭାରତ ଜୋର୍‌ଦାର ପ୍ରୟାସ ଜାରି ରଖିଛି ଏବଂ ବିଦେଶରୁ ଟିକା ଆମଦାନି ପାଇଁ ପଦକ୍ଷେପ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe