କରୋନା ଚିକିତ୍ସା ପାଇଁ ଆଇଭର୍‌ମେକ୍ଟିନ୍‌ ଔଷଧ ବ୍ୟବହାର ନ କରିବାକୁ ‘ହୁ’ର ଚେତାବନୀ

Advertisment

ଭାରତୀୟ ପ୍ରଜାତି ବିରୋଧରେ କାମ ଦେଉଛି ଟିକା

ଭାରତୀୟ ପ୍ରଜାତି ବିରୋଧରେ କାମ ଦେଉଛି ଟିକା

ସୁରକ୍ଷା ଦେଇପାରୁନି କି ଡବଲ୍ ଡୋଜ୍? ପ୍ରାଣ ହରାଇଲେଣି ଅନେକ ଡାକ୍ତର, ନେତା ଓ ପୁଲିସ

The Indian Express

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଏବେ ସାରା ବିଶ୍ବରେ କୌଣସି ଅବ୍ୟର୍ଥ ଔଷଧ ଉପଲବ୍ଧ ନାହିଁ। ଏଭଳି ସ୍ଥିତିରେ ଭୁଲ୍‌ ଔଷଧ ପ୍ରୟୋଗ ରୋଗୀ ପାଇଁ ଅତି ଜଟିଳ ସ୍ଥିତି ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ସୋମବାର ଗୋଆ ସରକାର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ‘ଆଇଭର୍‌ମେକ୍ଟିନ୍‌’ ଔଷଧ ବ୍ୟବହାର ପାଇଁ ମଂଜୁରି ଦେଇଥିଲେ। ତେବେ ଆଜି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର (ହୁ)ର ମୁଖ୍ୟ ବୈଜ୍ଞାନିକ ଡ. ସୌମ୍ୟା ସ୍ବାମୀନାଥ କହିଛନ୍ତି ଯେ ଏହି ଔଷଧ କରୋନା ରୋଗୀଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ ଏବଂ କରୋନା ଚିକିତ୍ସା ପାଇଁ ଏହାର ପ୍ରୟୋଗ କରାଯିବା ଉଚିତ ନୁହେଁ।

ଏହି ଔଷଧର ସାଂଘାତିକ ପାର୍ଶ୍ବ ପ୍ରତିକ୍ରିୟା ରହିଛି ବୋଲି ସେ ଚେତାଇ ଦେଇଛନ୍ତି। ଅନ୍ୟପକ୍ଷରେ ବିଶ୍ବର ସର୍ବାଧିକ କୋଭିଡ୍‌ କ୍ଷତିଗ୍ରସ୍ତ ଆମେରିକା ଓ ୟୁରୋପୀୟ ଦେଶସମୂହ ସମେତ ବିଭିନ୍ନ ସ୍ଥାନରେ ନୂଆ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ପରିପ୍ରେକ୍ଷୀରେ ବିଶ୍ବରେ କୋଭିଡ୍‌ ନକ୍ସା ସମତଳ ଆଡ଼କୁ ଗତି କରୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ)ର ମହାନିର୍ଦ୍ଦେଶକ ଟେଡ୍ରସ ଆଧନମ୍‌ ଘେବ୍ରେୟେସେସ କହିଛନ୍ତି। ଭାରତୀୟ ପ୍ରଜାତି ଭୂତାଣୁ ବିରୋଧରେ କୋଭିଡ୍‌ ଟିକା କାମ ଦେଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe