ପୋଷା କୁକୁରକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଦେଲେ ମାଲିକ

Advertisment

ବଡୋଦରାର ଲକ୍ଷ୍ମୀପୁରା ଅଞ୍ଚଳର ଅବସରପ୍ରାପ୍ତ ବାସିନ୍ଦା ୫୧ ବର୍ଷୀୟ ରଘୁନାଥ ପିଲାଇ କୁକୁରକୁ ବଞ୍ଚାଇବାକୁ ଯାଇ କେନାଲକୁ ଡେଇଁ ପଡ଼ିଥିଲେ। ଗଭୀର ପାଣିରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଜୀବନ।

ବଡୋଦରାର ଲକ୍ଷ୍ମୀପୁରା ଅଞ୍ଚଳର ଅବସରପ୍ରାପ୍ତ ବାସିନ୍ଦା ୫୧ ବର୍ଷୀୟ ରଘୁନାଥ ପିଲାଇ କୁକୁରକୁ ବଞ୍ଚାଇବାକୁ ଯାଇ କେନାଲକୁ ଡେଇଁ ପଡ଼ିଥିଲେ। ଗଭୀର ପାଣିରେ ଶ୍ବାସରୁଦ୍ଧ ହୋଇ ଚାଲିଗଲା ଜୀବନ।

ପ୍ନପ୍ନ

ନୂଆଦିଲ୍ଲୀ: ଗୁଜୁରାଟର ବଡୋଦରା ଲକ୍ଷ୍ମୀପୁରା ଅଞ୍ଚଳରେ ଜଣେ ବ୍ୟକ୍ତି ନିଜର ପୋଷା କୁକୁର ପାଇଁ ଜୀବନ ହାରି ଦେଇଛନ୍ତି।

ସୂଚନାଯୋଗ୍ୟ, ବଡୋଦରାର ଲକ୍ଷ୍ମୀପୁରା ଅଞ୍ଚଳର ଅବସରପ୍ରାପ୍ତ ବାସିନ୍ଦା ୫୧ ବର୍ଷୀୟ ରଘୁନାଥ ପିଲାଇ ସକାଳେ ତାଙ୍କର ଦୁଇଟି ପୋଷା କୁକୁର ସହିତ ବୁଲିବାକୁ ଯାଇଥିଲେ। ବୁଲୁଥିବାବେଳେ ରଘୁନାଥ ପିଲାଇ କୁକୁର ଦୁଇଟିକୁ ନର୍ମଦା କେନାଲ କୂଳକୁ ନେଇ ଯାଇଥିଲେ। ଏହିସମୟରେ ଜର୍ମାନ ସେଫର୍ଡ କୁକୁର ହଠାତ୍ ପାଣିରେ ପଡ଼ିଯାଇଥିଲା। 

ଅଧିକପଢ଼ନ୍ତୁ:ସହିଦଙ୍କ ପାର୍ଥିବ ଶରୀରକୁ କାନ୍ଧରେ ନେଲେ ସାଂସଦ

କୁକୁରକୁ ବଞ୍ଚାଇବା ପାଇଁ ରଘୁନାଥ ପିଲାଇ କେନାଲରେ କେତେ ପାଣି ଅଛି ତାହା ନଜାଣି ଡେଇଁ ପଡ଼ିଥିଲେ। କେନାଲରେ ପାଣି ଗଭୀର ଥିବାରୁ ସେଠାରେ ରଘୁନାଥଙ୍କ ଶ୍ବାସରୁଦ୍ଧ ହୋଇ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। କେନାଲରେ ପଡ଼ି ଯାଇଥିବା କୁକୁରର ବି କୌଣସି ସନ୍ଧାନ ମିଳି ପାରି ନଥିଲା।

ଘଟଣାସ୍ଥଳରେ ବୁଲୁଥିବା ଅନ୍ୟଲୋକମାନେ ଘଟଣା ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇବା ପରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ମୃତଦେହକୁ ଉଦ୍ଧାର କରିଥିଲେ। 

ଅଧିକପଢ଼ନ୍ତୁ:ବାରବାଟୀ ଦିନିକିଆ: ଫେବ୍ରୁଆରି ୨ରେ ଅନ୍‌ଲାଇନ୍‌, ୫-୬ରେ କାଉଣ୍ଟର ଟିକେଟ୍‌

ରଘୁନାଥଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ତ୍ରୀ ଏବଂ ତାଙ୍କ ଝିଅଙ୍କ ତୁହାକୁ ତୁହା ଚେତା ବୁଡ଼ି ଯାଉଛି। । ସମ୍ପର୍କୀୟମାନେ ଏତେ ବଡ଼ ଦୁଃଖ ସମୟରେ ଦୁହିଁଙ୍କୁ ସମ୍ଭାଳି ରଖିଛନ୍ତି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe