ପୁଣି ଅଟକିଲା ମାତା ବୈଷ୍ଣୋଦେବୀ ଯାତ୍ରା

ଲାଗୁଛି ଆଗାମୀ ନବରାତ୍ର ସମୟରେ  ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ମିଳିବା କଷ୍ଟକର ହୋଇପଡ଼ିବ । କାରଣ ଲଗାଣ ବର୍ଷା ଯୋଗୁଁ ମାତାଙ୍କ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଯାତ୍ରାକୁ ପୁଣି ସ୍ଥଗିତ ରଖାଯାଇଛି । 

mata

ଜମ୍ମୁ : ଲାଗୁଛି ଆଗାମୀ ନବରାତ୍ର ସମୟରେ  ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ମିଳିବା କଷ୍ଟକର ହୋଇପଡ଼ିବ । କାରଣ ଲଗାଣ ବର୍ଷା ଯୋଗୁଁ ମାତାଙ୍କ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ଯାତ୍ରାକୁ ପୁଣି ସ୍ଥଗିତ ରଖାଯାଇଛି । 

ଗତ ଅଗଷ୍ଟ ମାସରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ  ବୈଷ୍ଣୋଦେବୀ ଦର୍ଶନ ପାଇଁ ଯାଉଥିବା ୩୪ ଜଣ ଶ୍ରଦ୍ଧାଳୁ ମୃତ୍ୟୁବରଣ କରିଥିଲେ । ଏହା ସହିତ ରାସ୍ତା ବନ୍ଦ ହେବା ଯୋଗୁଁ ବୈଷ୍ଣୋଦେବୀ ଯାତ୍ରାକୁ ଗତ ମାସଠାରୁ ସ୍ଥଗିତ ରଖାଯାଇଥିଲା । ତେବେ ଖରାଟିଆ ପାଗ ହେବା ପରେ ୧୪ ତାରିଖ ରବିବାରଠାରୁ ପୁଣି ଯାତ୍ରା ଆରମ୍ଭ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । କିନ୍ତୁ ପୁଣି ବର୍ଷା ହେବା ଯୋଗୁଁ  ଭୂସ୍ଖଳନ ଆଶଙ୍କା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି ଯାତ୍ରାକୁ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି । 

ଶ୍ରୀ ମାତା ବୈଷ୍ଣୋ ଦେବୀ ମନ୍ଦିର ବୋର୍ଡ ଏକ୍ସ ରେ ଲେଖିଛି, "ଜୟ ମାତା ଦି! ଭବନ ଏବଂ ଟ୍ରାକରେ ଅବିରତ ବର୍ଷା ଯୋଗୁଁ, ୧୪ ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଥିବା ଶ୍ରୀ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।.. “ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe