ଅଗଷ୍ଟ ୧୬ରୁ ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ

Advertisment
ଅଗଷ୍ଟ ୧୬ରୁ ବୈଷ୍ଣୋଦେବୀ ଯାତ୍ରା ଆରମ୍ଭ

Wikimedia Commons

ନୂଆଦିଲ୍ଲୀ : କରୋନା ମହାମାରୀ ସତ୍ତ୍ବେ ଅଗଷ୍ଟ ୧୬ରୁ ମାତା ବୈଷ୍ଣୋଦେବୀଙ୍କ ଯାତ୍ରା ଆରମ୍ଭ ହେବାକୁ ଯାଉଛି। କରୋନା ସଂକ୍ରମଣ ଯୋଗୁଁ ଗତ ୫ ମାସ ଧରି ବୈଷ୍ଣୋ‌ଦେବୀ ପୀଠ ଭକ୍ତ ଓ ପର୍ଯ୍ୟଟକଙ୍କ ଉଦ୍ଦେଶ୍ୟରେ ବନ୍ଦ ରଖାଯାଇଥିଲା। ତେବେ ଅଗଷ୍ଟ ୧୬ରୁ ବୈଷ୍ଣୋଦେବୀ ଯାତ୍ରା ପୁନର୍ବା‌ର ଆରମ୍ଭ କରିବାକୁ ଜମ୍ମୁ-କାଶ୍ମୀର ପ୍ରଶାସନ ଘୋଷଣା କରିଛନ୍ତି। ଏଥିନେଇ ବୈଷ୍ଣୋଦେବୀ ମନ୍ଦିର ବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି।

ମନ୍ଦିରକୁ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରାଯିବା ସହ କରୋନା ଗାଇଡଲାଇନ୍‌ ନିୟମ ମାନି ଯାତ୍ରା ପାଳନ କରାଯିବ ବୋଲି ମନ୍ଦିର ବୋର୍ଡ ପକ୍ଷରୁ କୁହାଯାଇଛି। ଭକ୍ତମାନେ ମୁହଁରେ ମାସ୍କ ପିନ୍ଧି ଓ ସାମାଜିକ ଦୂରତା ରକ୍ଷା କରି ମନ୍ଦିରକୁ ଆସିପାରିବେ ବୋଲି ମନ୍ଦିର ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ଦିନକୁ ଅତି ବେଶିରେ ୫୦୦ ଭକ୍ତଙ୍କୁ ମନ୍ଦିର ପରିସରକୁ ଅନୁମତି ମିଳିବ। ଅନ୍‌ଲାଇନ୍‌ ଜରିଆରେ ଭକ୍ତ ଓ ତୀର୍ଥଯାତ୍ରୀଙ୍କର ରେଜିଷ୍ଟ୍ରେସନ କରାଯିବାକୁ ମନ୍ଦିର ବୋର୍ଡ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe