ଝରକା ସେପାଖେ ଛକି ବସିଥିଲା ଯମ: ଦ୍ବାର ଖୋଲୁଖୋଲୁ ଜଙ୍ଗଲୀହାତୀ ପାଦତଳେ ଗଲା ଜେଜେମା’ ଓ ନାତୁଣୀଙ୍କ ଜୀବନ

ଘର ଭିତରେ ଥିବା ଜେ‌ଜେମା’ ଓ ନାତୁଣୀଙ୍କୁ ପାଦ‌ରେ ଦଳି ଦେଲା ଦନ୍ତା। ଘଟଣା‌ସ୍ଥଳରେ ଉଡ଼ିଗଲା ଜେଜେମା’ ଓ ନାତୁଣୀଙ୍କ ପ୍ରାଣବାୟୁ।ହାତୀପଲଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳର ଲୋକଙ୍କୁ ସନ୍ଧ୍ୟାଗଡ଼ିଗଲା ପରେ ଘରୁ ନବାହାରିବା ପାଇଁ ଚେତବାନୀ ଦିଆଯାଇଥିଲା। 

ଅଦ୍ୟତନ ହୋଇଛି
Untitled-9 (1)

ନୂଆଦିଲ୍ଲୀ: ତାମିଲନାଡ଼ୁର ବଲପରାଇରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଦନ୍ତାହାତୀ ଆକ୍ରମଣରେ ଜେଜେମା’ ଓ ନାତୁଣୀଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଦୁଇମୃତକଙ୍କ ନାମ ଅସଲା ଓ ହେମଶ୍ରୀ।

ଗତ ରବିବାର ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରକୁ ପଶି ଆସିଥିଲେ। ଏହି ସମୟରେ ଅସଲା ନାମକ ବୃଦ୍ଧା ତାଙ୍କ ନାତୁଣୀ ହେମଶ୍ରୀଙ୍କୁ ଧରି ଘରେ ଶୋଇଥିଲେ। ରାତିପ୍ରାୟ ୩.୪୫ରେ ଘରର ଝରକା କେହିଜଣେ ବାଡଉଥିବାର ଅସଲା ଶୁଣିବାକୁ ପାଇଥିଲେ। ଏତେ ରାତିରେ କେହି ଜଣେ ଜରୁରୀକାମ ପାଇଁ ବୋଧ ହୁଏ ଝରକା ବାଡଉଥିବାରୁ ଅନୁମାନ କରି ଅସଲା ଦ୍ବାରା ଖୋଲି ଦେଇଥିଲେ।ଏହି ସମୟରେ ଅସଲା କିଛି ବୁଝିବା ପୂର୍ବରୁ ଏକ ଦନ୍ତା ହାତୀ ତାଙ୍କୁ ଓ ତାଙ୍କ ନାତୁଣୀ ଉପରେ ଆକ୍ରମଣ କରି ମାରି ଦେଇଥିଲା।

ଏହି ଘଟଣାକୁ ନେଇ ବନ ବିଭାଗର ଅଧୀକାରି କହିଛନ୍ତି, ‘ଏହି ଅଞ୍ଚଳରେ ପ୍ରାୟତଃ ହାତୀପଲ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ବାହାରି ଗାଁ ଭିତରକୁ ପଶି ଆସିଥାଆନ୍ତି। ଏହି ହାତୀପଲଙ୍କୁ ତଡ଼ିବା ପାଇଁ ଏକ ଟିମ ବି ଗଠନ କରାଯାଇଛି। ତେବେ ହାତୀପଲଙ୍କ ଗତିବିଧିକୁ ଦୃଷ୍ଟିରେ ରଖି ଉକ୍ତ ଅଞ୍ଚଳର ଲୋକଙ୍କୁ ସନ୍ଧ୍ୟାଗଡ଼ିଗଲା ପରେ ଘରୁ ନବାହାରିବା ପାଇଁ ଚେତବାନୀ ଦିଆଯାଇଥିଲା। କାରଣ ଏମିତି ଘଟଣା ଗାଁରେ ଅନେକ ଥର ଘଟି ସାରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe