ଶିବଲିଙ୍ଗରେ ଅଭିଷେକ ବେଳେ ହେଲା ହୃଦଘାତ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଗୁଜୁରାଟର ବଲସାଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ମନ୍ଦିରରେ ପୂଜା କରିବା ସମୟରେ ହୃଦଘାତର ଶିକାର ହେବାରୁ ମୃତ୍ୟୁବରଣ କରିଥିବା ଜଣାପଡିଛି ।

guja

ଅହମଦାବାଦ: ପୂଜା କରୁଥିବା ବେଳେ ଉଡ଼ିଗଲା ପ୍ରାଣବାୟୁ | ଶିବଲିଙ୍ଗରେ ଅଭିଷେକ କରୁଥିବା ବେଳେ ହେଲା ହୃଦଘାତ | ଚାହୁଁ ଚାହୁଁ ଟଳିପଡିଲେ ବ୍ୟକ୍ତି | ଗୁଜୁରାଟର ବଲସାଡରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ଘଟଣାଟି ମନ୍ଦିରରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। କୁହାଯାଉଛି ଯେ, ଏହି ଘଟଣା ପାର୍ନେରା ଡୁଙ୍ଗରସ୍ଥିତ ମହାଦେବ ମନ୍ଦିରରେ ଘଟିଛି। ମୃତକଙ୍କ ନାମ କିଶୋରଭାଇ ପଟେଲ ବୋଲି ଜଣାପଡିଛି |

ଭାଇରାଲ ହେଉଥିବା ସିସିଟିଭି ଫୁଟେଜରେ ଏହା ଦେଖିବାକୁ ମିଳିଛି ଯେ, ତିନି-ଚାରି ଜଣ ଲୋକ ପୂଜା କରୁଛନ୍ତି। ଏହି ସମୟରେ କିଶୋରଭାଇଙ୍କର ହୃଦଘାତ ହେଉଛି | ଏହା ପରେ ସେ ଛାତିକୁ ଧରି ତଳେ ପଡିଯାଉଛନ୍ତି | ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ଲୋକମାନେ ତାଙ୍କୁ ସିପିଆର ଦେଉଛନ୍ତି | କିନ୍ତୁ ସତ ଚେଷ୍ଟା ସତ୍ୱେ ତାଙ୍କର ମୃତ୍ୟୁ ହେଉଛି | 

କୁହାଯାଉଛି ଯେ, କିଛିଦିନ ହେଲାଣି କିଶୋରଭାଇ ପଟେଲ ପ୍ରତିଦିନ ପାରନେରା ପାହାଡ ଉପରକୁ ଚଢି ଆରତୀ ପାଇଁ ମହାଦେବ ମନ୍ଦିରକୁ ଯାଉଥିଲେ। ପ୍ରତ୍ୟେକ ଦିନ ଭଳି, ମଙ୍ଗଳବାର ସକାଳେ ମଧ୍ୟ ସେ ଆରତୀ ପାଇଁ ମହାଦେବ ମନ୍ଦିର ପରିସରକୁ ଯାଇଥିଲେ | ମହାଦେବଙ୍କ ଆରତୀ ପରେ ସେ ସବୁଦିନ ଭଳି ଶିବଲିଙ୍ଗ ଉପରେ ଅଭିଷେକ କରୁଥିଲେ | ଏହି ସମୟରେ ତାଙ୍କର ହୃଦଘାତ ହୋଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe