ବାଟ ଭୁଲିଗଲା ବନ୍ଦେ ଭାରତ ଏକ୍ସପ୍ରେସ୍, ଗୋଆ ଯିବା ବଦଳରେ ଚାଲିଗଲା କଲ୍ୟାଣ

ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସରୁ ଗୋଆର ମଡଗାଓଁ ଅଭିମୁଖେ ବାହାରିଥିବା ଦେଶର ଅତ୍ୟାଧୁନିକ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ବାଟ ଭୁଲିଯାଇଛି। ମହାରାଷ୍ଟ୍ରର ଦିବା ଷ୍ଟେସନରୁ ଟ୍ରେନଟି ପନଭେଲ୍ ଆଡ଼କୁ ଯିବା ପରିବର୍ତ୍ତେ କଲ୍ୟାଣ ଆଡ଼କୁ ମୁହାଁଇଥିଲା।

ଅଦ୍ୟତନ ହୋଇଛି
vande bharat

ମୁମ୍ବାଇ: ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ (ସିଏସ୍ଏମଟି)ରୁ ଗୋଆର ମଡଗାଓଁ ଅଭିମୁଖେ ବାହାରିଥିବା ଦେଶର ଅତ୍ୟାଧୁନିକ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ବାଟ ଭୁଲିଯାଇଛି। ମହାରାଷ୍ଟ୍ରର ଦିବା ଷ୍ଟେସନରୁ ଟ୍ରେନଟି ପନଭେଲ୍ ଆଡ଼କୁ ଯିବା ପରିବର୍ତ୍ତେ କଲ୍ୟାଣ ଆଡ଼କୁ ମୁହାଁଇଥିଲା। ଏହି ଖବର ଜଣାପଡ଼ିବା ପରେ ରେଳବାଇ ଅଧିକାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଥିଲା। ତରବରିଆ ଭାବେ ଟ୍ରେନକୁ କଲ୍ୟାଣ ଷ୍ଟେସନକୁ ନିଆଯାଇଥିଲା। କିଛି ସମୟ ପରେ ଟ୍ରେନ୍ ଟି ଦିବା ଷ୍ଟେସନକୁ ଫେରିଥିଲା ଏବଂ ପରେ ନିଜ ଗନ୍ତବ୍ୟ ଅଭିମୁଖେ ଯାତ୍ରା କରିଥିଲା । ଏହି ବିଶୃଙ୍ଖଳା ଯୋଗୁଁ ଟ୍ରେନ୍ ୯୦ ମିନିଟ୍ ବିଳମ୍ବରେ ଗନ୍ତବ୍ୟସ୍ଥଳରେ ପହଞ୍ଚିଥିଲା।

ଏହି ଟ୍ରେନ୍ କୋଙ୍କଣକୁ ଯାଉଥିବା ଟ୍ରେନର ନିର୍ଦ୍ଧାରିତ ମାର୍ଗ ଦିବା-ପନଭେଲ ରୁଟରେ ଯିବାର ଥିଲା। ତେବେ ସକାଳ ୬ଟା ୧୦ରେ ଟ୍ରେନଟି ଦିବା ଷ୍ଟେସନରୁ କଲ୍ୟାଣ ଅଭିମୁଖେ ମୁହାଁଇଥିଲା। ସିଗନାଲ ତ୍ରୁଟି ଯୋଗୁଁ ଏହି ବିଭ୍ରାଟ ଘଟିଥିଲା।

ରେଳ ଅଧିକାରୀଙ୍କ କହିବା ଅନୁସାରେ, ଏହି ଟ୍ରେନ୍ କୋଙ୍କଣକୁ ଯାଉଥିବା ଟ୍ରେନର ନିର୍ଦ୍ଧାରିତ ମାର୍ଗ ଦିବା-ପନଭେଲ ରୁଟରେ ଯିବାର ଥିଲା। ତେବେ ସକାଳ ୬ଟା ୧୦ରେ ଟ୍ରେନଟି ଦିବା ଷ୍ଟେସନରୁ କଲ୍ୟାଣ ଅଭିମୁଖେ ମୁହାଁଇଥିଲା। କେନ୍ଦ୍ରୀୟ ରେଳବାଇର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ସ୍ୱପ୍ନିଲ ନୀଳାଙ୍କ କହିବାନୁଯାୟୀ, ସିଗନାଲ ତ୍ରୁଟି ଯୋଗୁଁ ଏହି ବିଭ୍ରାଟ ଘଟିଥିଲା। ଡିଭା ଜଙ୍କସନରେ ଡାଉନ ଫାଷ୍ଟ ଲାଇନ ଏବଂ ପଞ୍ଚମ ଲାଇନ ମଧ୍ୟରେ ୧୦୩ ନମ୍ବର ପଏଣ୍ଟରେ ସିଗନାଲିଂ ଓ ଟେଲିକମ୍ୟୁନିକେସନ ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ଦେଖାଦେଇଥିଲା। ଏହି କାରଣରୁ ଟ୍ରେନଟି ବାଟ ଭୁଲିଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe