ବନ୍ଦେ ଭାରତ ମିସନ୍‌ ଅଧୀନରେ ୮.୭୮ ଲକ୍ଷ ବିଦେଶରୁ ଫେରିଛନ୍ତି: ଏମ୍‌ଇଏ

Advertisment
ବନ୍ଦେ ଭାରତ ମିସନ୍‌ ଅଧୀନରେ ୮.୭୮ ଲକ୍ଷ ବିଦେଶରୁ ଫେରିଛନ୍ତି: ଏମ୍‌ଇଏ

New Indian Express

ନୂଆଦିଲ୍ଲୀ : ସରକାରଙ୍କ ବନ୍ଦେ ଭାରତ ମିସନ୍‌ ଅଧୀନରେ ଏଯାବତ୍‌ ୮.୭୮ ଲକ୍ଷରୁ ଅଧିକ ଲୋକ ବିଦେଶରୁ ଭାରତକୁ ଫେରିଛନ୍ତି। କରୋନା ମହାମାରୀ ପାଇଁ ଚଳିତ ବର୍ଷ ମେ' ୭ ତାରିଖରେ ଆରମ୍ଭ ହୋଇଥିଲା ବନ୍ଦେ ଭାରତ ମିସନ୍‌। ଏହି ମିସନ୍‌ ଅଧୀନରେ ବିଦେଶରୁ ମୋଟ୍‌ ୮.୭୮ ଲକ୍ଷ ଭାରତୀୟ ଫେରିଛନ୍ତି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ବନ୍ଦେ ଭାରତ ମିସନ୍‌ର ଚତୁର୍ଥ ପର୍ଯ୍ୟାୟରେ ମୋଟ୍‌ ୧୦୮୩ ବିମାନ ଚାଲିଛି। ଏଥି ମଧ୍ୟରେ ୮୪୯ ଅନ୍ତର୍ଜାତୀୟ ବିମାନ ଅନ୍ତର୍ଭୁକ୍ତ ଥିଲା ବୋଲି ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି। ଜୁଲାଇ ୨୯ ସୁଦ୍ଧା ୮ ଲକ୍ଷ ୭୮ ହଜାର ୯୨୧ ଭାରତୀୟ ବିଦେଶରୁ ଫେରିଛନ୍ତି। ନେପାଳ, ଭୁଟାନ୍‌, ମିଆଁମାର, ପାକିସ୍ତାନ ଏବଂ ବାଂଲାଦେଶରୁ ମୋଟ୍‌ ୧ ଲକ୍ଷ ୭ ହଜାର ୪୫୨ ଭାରତୀୟ ଫେରିଛନ୍ତି। ତେବେ ଆସନ୍ତା ଅଗଷ୍ଟ ୧ ତାରିଖରୁ ପଞ୍ଚମ ପର୍ଯ୍ୟାୟ ବନ୍ଦେ ଭାରତ ମିସନ୍‌ ଆରମ୍ଭ ହେବ। ଆମେରିକା, କାନାଡା, ଜର୍ମାନୀ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ୍‌, ମାଲେସିଆ, ଫିଲିପାଇନ୍ସ, ସିଙ୍ଗାପୁର, ବାଂଲାଦେଶ, ମିଆଁମାର, ଥାଇଲାଣ୍ଡ୍‌ , ଚୀନ୍‌, ଇସ୍ରାଏଲ୍‌, ୟୁକ୍ରେନ୍‌ ଏବଂ କିରଗିଜ୍‌ସ୍ତାନ୍‌ ସମେତ ଉପସାଗରୀୟ ରାଷ୍ଟ୍ରମାନଙ୍କରୁ ଭାରତୀୟମାନଙ୍କୁ ଅଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe