ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଜାତୀୟ ଗୀତର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବର୍ଷବ୍ୟାପୀ ପାଳିତ ହେବାକୁ ଥିବା ‘ବନ୍ଦେ ମାତରମ୍’ ସ୍ମାରକୀ ଉତ୍ସବକୁ ଉଦ୍ଘାଟନ କରିଛନ୍ତି। ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ଉତ୍ସବ ଦେଶର ଅନେକ ନାଗରିକଙ୍କୁ ନୂତନ ପ୍ରେରଣା ଦେବ।
ବନ୍ଦେ ମାତରମ୍ ହେଉଛି ଭାରତର ଏକତାର ପ୍ରକୃତ ପ୍ରତୀକ କାରଣ ଏହା ପିଢିକୁ ପ୍ରେରଣା ଦେଇଛି। ଏହି ଅବସରରେ ମୁଁ ମୋର ଭାରତୀୟ ଭାଇ ଓ ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଉଛି। ଆଜି ଆମେ ବନ୍ଦେ ମାତରମ୍ର ୧୫୦ ବର୍ଷ ପୂର୍ତ୍ତି ପାଳନ କରୁଥିବାରୁ ଏହା ଆମକୁ ନୂତନ ପ୍ରେରଣା ଦେବ ଏବଂ ଦେଶର ଲୋକଙ୍କୁ ନୂତନ ଶକ୍ତି ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ବନ୍ଦେ ମାତରମ୍ର ମୁଖ୍ୟ ଭାବନା ହେଉଛି ଭାରତ, ‘ମା’ ଭାରତୀ... ଭାରତ ଏକ ରାଷ୍ଟ୍ର କେ ରୂପ ମେଁ ୱ କୁନ୍ଦନ ବନ୍ କର ଉଭରା ଜୋ ଅତୀତ କି ହର୍ ଚୋଟ୍ ସହତା ରହା ଔର ସହକର ଭି ଅମରତ୍ୱ କୋ ପ୍ରାପ୍ତ କର୍ ଗୟା।’ ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ କାଳଜୟୀ ରଚନା ଭିତରେ ଭାରତର ଅବଧାରଣା ଓ ଦେଶର ସ୍ୱାଧୀନତା ପାଇଁ ଇଚ୍ଛା ପଛରେ ଥିବା ‘ଆଦର୍ଶଗତ ଶକ୍ତି’ ସାକାର ହୋଇଉଠିଛି। ପରାଧୀନତାର ସେହି କାଳଖଣ୍ଡରେ ବଂଦେ ମାତରମ୍ ସ୍ବାଧୀନତା ସଂଗ୍ରାମର ଉଦ୍ଘୋଷଣା କରିଥିଲା। ଏହି କାର୍ଯ୍ୟକ୍ରମ ନଭେମ୍ବର ୭, ୨୦୨୫ରୁ ନଭେମ୍ବର ୭, ୨୦୨୬ ପର୍ଯ୍ୟନ୍ତ ଏକ ବର୍ଷବ୍ୟାପୀ ଜାତୀୟ ଉତ୍ସବ ଭାବେ ପାଳିତ ହେବ। ବଙ୍କିମଚନ୍ଦ୍ର ଚାଟାର୍ଜୀ ଅକ୍ଷୟ ନବମୀ ଦିନ ଏହି ଗୀତ ରଚନା କରିଥିଲେ, ଯାହା ୧୮୭୫ ମସିହାରେ ନଭେମ୍ବର ୭ରେ ପଡିଥିଲା।
Follow Us