୧୬ରୁ ଚାଲିବ ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନ

ଗୁଜୁରାଟର ଭୁଜ-ଅହମ୍ମଦାବାଦ ମଧ୍ୟରେ ଚାଲିବ ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନ୍ । ଏହି ଟ୍ରେନ୍ ସପ୍ତାହରେ ୬ ଦିନ ଚଳାଚଳ କରିବ। ସେପ୍ଟେମ୍ବର ୧୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେମି ହାଇସ୍ପିଡ୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

Vande metro

ନୂଆଦିଲ୍ଲୀ: ରେଳ ମନ୍ତ୍ରଣାଳୟ ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନର ଚଳାଚଳ ସମୟ ଜାରି କରିଛି । ଗୁଜୁରାଟର ଭୁଜ-ଅହମ୍ମଦାବାଦ ମଧ୍ୟରେ ଚାଲିବ ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନ୍ । ଏହି ଟ୍ରେନ୍ ସପ୍ତାହରେ ୬ ଦିନ ଚଳାଚଳ କରିବ। ସେପ୍ଟେମ୍ବର ୧୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେମି ହାଇସ୍ପିଡ୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

ଗୁଜୁରାଟର ଭୁଜ-ଅହମ୍ମଦାବାଦ ମଧ୍ୟରେ ଚାଲିବ ଦେଶର ପ୍ରଥମ ବନ୍ଦେ ମେଟ୍ରୋ ଟ୍ରେନ୍ । ଏହି ଟ୍ରେନ୍ ସପ୍ତାହରେ ୬ ଦିନ ଚଳାଚଳ କରିବ। ସେପ୍ଟେମ୍ବର ୧୬ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସେମି ହାଇସ୍ପିଡ୍ ଟ୍ରେନ୍କୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି।

ଏହି ଟ୍ରେନ୍ ଭୁଜରୁ ସକାଳ ୫.୦୫ରେ ବାହାରି ୧୦.୫୦ରେ ଅହମ୍ମଦାବାଦରେ ପହଞ୍ଚିବ।  ଏହି ଟ୍ରେନ୍ ଅହମ୍ମଦାବାଦରୁ ରାତି ସାଢ଼େ ୧୭ଟାରେ ବାହାରି ଅପରାହ୍ନ ୨୩ଟା ୧୦ରେ ଭୁଜରେ ପହଞ୍ଚିବ। ବନ୍ଦେ ମେଟ୍ରୋ ଟ୍ରେନ୍ ଯାତ୍ରା ସମୟରେ ୯ଟି ଷ୍ଟେସନରେ ଅଟକିବ। ପ୍ରତ୍ୟେକ ଷ୍ଟେସନରେ ଏହି ଟ୍ରେନର ହାରାହାରି ଷ୍ଟପେଜ୍ ୨ ମିନିଟ୍ ରହିବ। ଏହି ଟ୍ରେନ୍ ୫ ଘଣ୍ଟା ୪୫ ମିନିଟ୍ ରେ ଯାତ୍ରା ଶେଷ କରିବ।

ରେଳ ମନ୍ତ୍ରଣାଳୟ ର ସୂଚନା ଅନୁଯାୟୀ, ସପ୍ତାହରେ ୬ ଦିନ ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର ଏବଂ ଶନିବାର ଚାଲିବ। ଏହି ଟ୍ରେନ୍ ରବିବାର ଚଳାଚଳ କରିବ ନାହିଁ। ଏହି ମେଟ୍ରୋ ସେବା ଏହି ଦୁଇ ସହର ମଧ୍ୟରେ ବାରମ୍ବାର ଯାତ୍ରା କରୁଥିବା ହଜାର ହଜାର ଯାତ୍ରୀଙ୍କୁ ସାହାଯ୍ୟ କରିବ | ଭାରତୀୟ ରେଳ ନେଟୱାର୍କରେ ଏହା ହେଉଛି ପ୍ରଥମ ମେଟ୍ରୋ ସେବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe