ଜ୍ଞାନବାପି ମାମଲାରେ ହିନ୍ଦୁ ପକ୍ଷକୁ ଝଟକା, ଏଏସଆଇ ସର୍ଭେ ଆବେଦନ ଖାରଜ

ଜ୍ଞାନବାପି ବିବାଦକୁ ନେଇ ହିନ୍ଦୁ ପକ୍ଷକୁ ବଡ଼ ଝଟକା ଲାଗିଛି। ଏବେ ବାରଣାସୀର ସିଭିଲ ଜଜ୍ ସିନିୟର ଡିଭିଜନ୍ ଫାଷ୍ଟଟ୍ରାକ୍  କୋର୍ଟ ରାୟ ଶୁଣାଇ ଏଏସ୍ଆଇ ସର୍ଭେ ପାଇଁ ହିନ୍ଦୁ ପକ୍ଷର ଆବେଦନକୁ ଖାରଜ କରିଦେଇଛନ୍ତି। 

ଅଦ୍ୟତନ ହୋଇଛି
gyanbapi

ବାରଣାସୀ: ଜ୍ଞାନବାପି ବିବାଦକୁ ନେଇ ହିନ୍ଦୁ ପକ୍ଷକୁ ବଡ଼ ଝଟକା ଲାଗିଛି। ଏବେ ବାରଣାସୀର ସିଭିଲ ଜଜ୍ ସିନିୟର ଡିଭିଜନ୍ ଫାଷ୍ଟଟ୍ରାକ୍  କୋର୍ଟ ରାୟ ଶୁଣାଇ ଏଏସ୍ଆଇ ସର୍ଭେ ପାଇଁ ହିନ୍ଦୁ ପକ୍ଷର ଆବେଦନକୁ ଖାରଜ କରିଦେଇଛନ୍ତି। 

ଜ୍ଞାନବାପି ମାମଲା ଉପରେ ହିନ୍ଦୁ ପକ୍ଷର ଓକିଲ ବିଜୟ ଶଙ୍କର ରସ୍ତୋଗୀ କହିଛନ୍ତି, ସମଗ୍ର ଜ୍ଞାନବାପି ଅଞ୍ଚଳର ସୁରକ୍ଷା ପାଇଁ ଏଏସଆଇ ଦ୍ୱାରା ଅତିରିକ୍ତ ସର୍ଭେ ପାଇଁ ଆମର ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ନିଷ୍ପତ୍ତି ବିରୋଧରେ ଆମେ ହାଇକୋର୍ଟ ଯିବୁ। ଅଦାଲତରେ ହିନ୍ଦୁ ପକ୍ଷ ଶିବଲିଙ୍ଗକୁ ଜ୍ଞାନବାପିର ମୁଖ୍ୟ ଗୁମ୍ବୁଜ ତଳେ ଥିବା ଦାବି କରିଛନ୍ତି। ଏହା ସହ ହିନ୍ଦୁ ପକ୍ଷ ଏଠାରେ ଖନନ କରି ଏଏସଆଇ ସର୍ଭେ କରିବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ମୁସଲମାନ ପକ୍ଷ ହିନ୍ଦୁ ପକ୍ଷର ଆବେଦନକୁ ବିରୋଧ କରି କହିଛନ୍ତି ଯେ ଖନନ ଦ୍ୱାରା ମସଜିଦ ସ୍ଥାନ କ୍ଷତିଗ୍ରସ୍ତ ହୋଇପାରେ।

ଅଦାଲତରେ ହିନ୍ଦୁ ପକ୍ଷ ଶିବଲିଙ୍ଗକୁ ଜ୍ଞାନବାପିର ମୁଖ୍ୟ ଗୁମ୍ବୁଜ ତଳେ ଥିବା ଦାବି କରିଛନ୍ତି। ଏହା ସହ ହିନ୍ଦୁ ପକ୍ଷ ଏଠାରେ ଖନନ କରି ଏଏସଆଇ ସର୍ଭେ କରିବାକୁ ଦାବି କରିଥିଲେ। ଅନ୍ୟପକ୍ଷରେ ମୁସଲମାନ ପକ୍ଷ ହିନ୍ଦୁ ପକ୍ଷର ଆବେଦନକୁ ବିରୋଧ କରି କହିଛନ୍ତି ଯେ ଖନନ ଦ୍ୱାରା ମସଜିଦ ସ୍ଥାନ କ୍ଷତିଗ୍ରସ୍ତ ହୋଇପାରେ।

ସୂଚନାଯୋଗ୍ୟ ଯେ, ୧୯୯୧ମସିହାରେ ହରିହର ପାଣ୍ଡେ, ସୋମନାଥ ବ୍ୟାସ ଓ ରାମରଙ୍ଗ ଶର୍ମାଙ୍କ ତରଫରୁ ଜ୍ଞାନବାପି ମସଜିଦର ମାଲିକାନା ପାଇବା ପାଇଁ ଆବେଦନ କରାଯାଇଥିଲା। ପାଖାପାଖି ଦୁଇ ଦଶନ୍ଧିର ଶୁଣାଣି ପରେ ବାରଣାସୀର ସିଭିଲ ଜଜ୍ ସିନିୟର ଡିଭିଜନ ଫାଷ୍ଟଟ୍ରାକ୍ କୋର୍ଟରେ ହିନ୍ଦୁ ପକ୍ଷ ପକ୍ଷରୁ ଦୁଇଟି ଦାବି ଉପସ୍ଥାପନ କରାଯାଇଥିଲା।

ପ୍ରଥମ ଦାବି ଥିଲା ଯେ ବଜୁଖାନାର ଏଏସଆଇ ସର୍ଭେ କରାଯାଉ, ଯାହାଦ୍ୱାରା ସେଠାରେ ପ୍ରକୃତରେ ଶିବଲିଙ୍ଗ ଅଛି ନା ଝରଣା ଅଛି ତାହା ଜାଣିପାରିବ । ସେହିପରି ହିନ୍ଦୁ ପକ୍ଷ ଦାବି କରିଥିଲା ଯେ ମସଜିଦର ମୁଖ୍ୟ ଗୁମ୍ବୁଜ ତଳେ ୧୦୦ ଫୁଟର ଶିବଲିଙ୍ଗ ରହିଛି। ଏଭଳି ପରିସ୍ଥିତିରେ ମସଜିଦର ଢାଞ୍ଚାକୁ କ୍ଷତି ନପହଞ୍ଚାଇ ଖନନ କରାଯିବା ଉଚିତ, ଯାହାଦ୍ୱାରା ଶିବଲିଙ୍ଗର ଦାବିର ସତ୍ୟତା ଜଣାପଡ଼ିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe