ଏଣିକି ଏକ ଘଣ୍ଟାର ଯାତ୍ରା ୧୬ ମିନିଟରେ ହେବ ଶେଷ, ପ୍ରତି ଘଣ୍ଟାରେ ୬୦୦୦ଯାତ୍ରୀ କରି ପାରିବେ ଯାତ୍ରା

Advertisment
ଏଣିକି ଏକ ଘଣ୍ଟାର ଯାତ୍ରା ୧୬ ମିନିଟରେ ହେବ ଶେଷ, ପ୍ରତି ଘଣ୍ଟାରେ ୬୦୦୦ଯାତ୍ରୀ କରି ପାରିବେ ଯାତ୍ରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବାରାଣସୀରେ ୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ  ଏକ ରୋପୱେ ବି ସାମିଲ ରହିଛି।

ଏହି ରୋପୱେ ବାରାଣସୀ କ୍ୟାଣ୍ଟନମେଣ୍ଟ ଷ୍ଟେସନରୁ ଗୋଦାଲିଆ ପର୍ଯ୍ୟନ୍ତ ନିର୍ମାଣ ହେବ । ଏହି ପ୍ରକଳ୍ପର ଆକଳିତ ବ୍ୟୟ ପ୍ରାୟ ୬୪୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ୫ଟି ଷ୍ଟେସନ ସହିତ ରୋପୱେ ସିଷ୍ଟମର ଲମ୍ବ ପ୍ରାୟ ୩.୭୫ କିମି ହେବ । ଏହି ରୋପୱେର ନିର୍ମାଣ ହେଲେ କାଶୀ ବିଶ୍ବନାଥ କରିଡର ପର୍ଯ୍ୟନ୍ତ ଯାତ୍ରା ସହଜ ହୋଇଯିବ ବୋଲି କୁହାଯାଉଛି।

ପ୍ରଥମ ପର୍ଯ୍ୟାୟରେ ରୋପୱେ ବାରାଣାସୀ ରେଳ ଷ୍ଟେସନରୁ ଗୋଦାଲିଆ ପର୍ଯ୍ୟନ୍ତ ନିର୍ମିତ ହେବ। ଭିଡ଼ସ୍ଥାନରେ ଏହି ରୋପୱେ ନିର୍ମାଣ କରାଗଲେ କାଶୀ ବିଶ୍ବନାଥ ମନ୍ଦିର, ଦଶାଶ୍ବମେଘ ଘାଟକୁ ଯିବା ସୁବିଧା ହେବ। ବିଶେଷ କଥାଟି ହେଉଛି ରୋପୱେ ନିର୍ମିତ ହେଲେ ୩.୮ କିଲୋମିଟର ଯାତ୍ରା ୧୬ ମିନିଟରେ ଶେଷ ହେବ। ଏବେ ଏହି ରାସ୍ତାରେ ଯାଉଥିବା ଲୋକଙ୍କୁ ଘଣ୍ଟାଘଣ୍ଟା ଧରି ଜାମରେ ଛିଡ଼ା ହେବାକୁ ପଡ଼ୁଛି।

ମିଳିଥିବା ସୂଚନା ଅନୁସାରେ, ଏହି ରୋପୱେ ୫୦ମିଟର ଉଚ୍ଚରେ ନିର୍ମିତ ହେବ। ଏଥିରେ ପାଖାପାଖି ୧୫୦ଟି ଟ୍ରଲି କାର ଚାଲିବ। ଗୋଟିଏ ଟ୍ରଲିରେ ୧୦ଜଣ ଯାତ୍ରୀ ବସି ଯାତ୍ରା କରି ପାରିବେ। ପ୍ରତି ଦେଢ଼ ଓ ଦୁଇ ମିନିଟରେ ଯାତ୍ରୀଙ୍କ ପାଇଁ ଗୋଟିଏ ଟ୍ରଲି ନିଶ୍ଚିତ ଭାବେ ଉପଲବ୍ଧ ରହିବ।

ପ୍ରତିଘଣ୍ଟାରେ ଉଭୟପାର୍ଶ୍ବରୁ ପାଖାପାଖି ୬୦୦୦ ଯାତ୍ରୀ ଯାତ୍ରା କରି ପାରିବେ। ଦିନରେ ଏହା ୧୬ ଘଣ୍ଟା ଚାଲିବ। ଏହାର କାମ ଆଗାମୀ ଦୁଇବର୍ଷ ମଧ୍ୟରେ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe