କରୋନା ଆକ୍ରାନ୍ତ ହେଲେ ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ନୀତୁ କପୁର, ଅନୀଲ କପୁରଙ୍କ ରିପୋର୍ଟ ନେଗେଟିଭ

Advertisment
କରୋନା ଆକ୍ରାନ୍ତ ହେଲେ ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ନୀତୁ କପୁର, ଅନୀଲ କପୁରଙ୍କ ରିପୋର୍ଟ ନେଗେଟିଭ

India Today

ମୁମ୍ବାଇ: କରୋନା ଭୂତାଣୁ ସଂକ୍ରମଣ ଥମିବାର ନାଁ ନେଉନାହିଁ। କରୋନା ଟିକାକୁ ସାରା ଦେଶବାସୀ ଅପେକ୍ଷା କରିଥିବା ବେଳେ ଏବେ କିଛି ସ୍ଥାନରେ କରୋନାର ଦ୍ବିତୀୟ ଲହର ଆରମ୍ଭ ହୋଇଯାଇଛି। ଏ ମଧ୍ୟରେ ବଲିଉଡର ଅନେକ କଳାକାର କରୋନା ଆକ୍ରାନ୍ତ ହୋଇସାରିଥିବା ବେଳେ ଏବେ ଆଉ ଦୁଇଜଣ ବଲିଉଡ କଳାକାର କରୋନା ଆକ୍ରାନ୍ତ ହୋଇଛନ୍ତି।  ଅଭିନେତା ବରୁଣ ଧୱନ ଏବଂ ଅଭିନେତ୍ରୀ ନୀତୁ କପୁର  କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଦୁହେଁ ଫିଲ୍ମ 'ଜୁଗ ଜୁଗ ଜିଓ' ଫିଲ୍ମର ସୁଟିଂ କରୁଥିଲେ। ଏହି ଫିଲ୍ମର ସୁଟିଂ କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ବେଳେ ଦୁଇ କଳାକାର କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ଫିଲ୍ମର ସୁଟିଂକୁ ବନ୍ଦ କରିଦିଆଯାଇଛି।

Neetu Kapoor rings in Diwali with Varun Dhawan, Anil Kapoor DNA India

ତେବେ ଚଳଚ୍ଚିତ୍ରରେ ଥିବା ଅନ୍ୟ କଳାକାର ଅଭିନେତା ଅନିଲ କପୁର ଏବଂ ଅଭିନେତ୍ରୀ କିଆରା ଆଡଭାନୀଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ଜଣା ପଡ଼ିଛି। ଏହା ସତ୍ତ୍ୱେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଫିଲ୍ମର ସୁଟିଂ ବନ୍ଦ କରରାଯାଇଛି। ଅଭିନେତା ଋଷି କପୁରଙ୍କ ମୃତ୍ୟୁ ପରେ ନୀତୁ କପୁର ପୁଣି ଥରେ ଫିଲ୍ମ ଜୁଗ ଜୁଗ ଜିଓ ସହ ଅଭିନୟ ଦୁନିଆକୁ ଫେରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe