ବରୁଣ ଓ ନତାଶା ଏବେ ପତିପତ୍ନୀ, ବିବାହ ଭୋଜି ଜାନୁଆରି ୨୬ରେ

Advertisment
ବରୁଣ ଓ ନତାଶା  ଏବେ ପତିପତ୍ନୀ, ବିବାହ ଭୋଜି ଜାନୁଆରି ୨୬ରେ

Image Courtesy of Zee News

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଆଲିବାଗ୍‌ରେ ରବିବାର ଦିନ ଅଳ୍ପ କେତେଜଣ ଅତିଥିଙ୍କ ଉପସ୍ଥିତିରେ ବଲିଉଡ୍‌ ଅଭିନେତା ବରୁଣ ଧାଓ୍ଵନ ବାନ୍ଧବୀ ଫେସନ୍‌ ଡିଜାଇନର୍‌ ନତାଶା ଦଲାଲଙ୍କୁ ବିବାହ କରିଛନ୍ତି।

ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ୍‍ ହୋଇଥିବା ନବଦମ୍ପତିଙ୍କ ବିବାହ ସମୟର ପ୍ରଥମ ଫଟୋର ପରିଚୟୋକ୍ତିରେ ବରୁଣ ଲେଖିଛନ୍ତି, ଦୀର୍ଘ ଦିନର ପ୍ରେମ କେବଳ ସାମାଜିକ ସ୍ୱୀକୃତି ପାଇଲା।

ଗତକାଲି ଆଲିବାଗ୍‌ସ୍ଥିତ ‘ଦି ମାନ୍‌ସନ୍‌ ହାଉସ୍‌’ ବାହାରେ ବିବାହ କରାଇବାକୁ ଯାଇଥିବା ପୁରୋହିତମାନଙ୍କର ମଧ୍ୟ ଫଟୋ ଉତ୍ତୋଳନ କରାଯାଇଥିଲା। ପରିବାରର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ବରୁଣ ଓ ନତାଶା ବିବାହ କରିଥିଲେ। ଏହି ବିବାହ ଉତ୍ସବରେ କରଣ ଜୋହର, ମନୀଷ ମାଲହୋତ୍ରା, ଜୋଆ ମୋରାନି ଏବଂ କୁନାଲ କୋହଲିଙ୍କ ଭଳି ସେଲିବ୍ରିଟିମାନେ ମଧ୍ୟ ଯୋଗ ଦେଇଥିବା ଜଣାପଡ଼ିଛି।

publive-image Image Courtesy of Zee News

ବିବାହ ପୂର୍ବରୁ ବରୁଣ ତାଙ୍କ ବନ୍ଧୁମାନଙ୍କ ସହ ‘ବ୍ୟାଚ୍‌ଲର୍‌ ପାର୍ଟି’ରେ ଯୋଗ ଦେଇଥିବା କଥା ବିଭିନ୍ନ ଫଟୋରେ ଦେଖାଯାଇଥିଲା। ପ୍ରାପ୍ତ ସୂଚନା ଅନୁସାରେ, ଆଲିବାଗ୍‌ରେ ତାଙ୍କ ବନ୍ଧୁମାନେ ଆୟୋଜନ କରିଥିବା ‘ବ୍ୟାଚ୍‌ଲର୍‌ ପାର୍ଟି’କୁ ଯିବା ବାଟରେ ବରୁଣଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କିନ୍ତୁ, ଦୁର୍ଘଟଣାଟି ସାମାନ୍ୟ ଥିବାରୁ ସେଥିରେ କେହି ଆହତ ହୋଇ ନ ଥିଲେ।

ବରୁଣ ଓ ନତାଶାଙ୍କ ବିବାହ ଭୋଜି ଜାନୁଆରି ୨୬ ତାରିଖରେ ଆୟୋଜନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe