Image Courtesy of The Times of India
ତିରୁପତି: ସ୍ବତନ୍ତ୍ର ପୂଜା ‘ବସ୍ତ୍ରାଳଙ୍କାର ସେବା’ ନିମନ୍ତେ ୧୪ ବର୍ଷ ଅପେକ୍ଷା କରାଇଥିବା ଜଣେ ଭକ୍ତଙ୍କ ପାଇଁ ପୂଜା ବ୍ୟବସ୍ଥା କରାଯାଉ ନଚେତ ବର୍ଷକ ଭିତରେ ତାଙ୍କୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଉ ବୋଲି ସାଲେମ୍ସ୍ଥିତ ଏକ ଖାଉଟି ଅଦାଲତ ‘ତିରୁମାଲା ତିରୁପତି ଦେବସ୍ଥାନମ୍’କୁ (ଟଟିଡି) ନିର୍ଦେଶ ଦେଇଛନ୍ତି।
କୋଭିଡ୍-୧୯ ମହାମାରୀ ସଂକ୍ରମଣ ଯୋଗୁଁ ୨୦୨୦ ମାର୍ଚରୁ ୮୦ ଦିନ ପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିବାରୁ ବସ୍ତ୍ରାଳଙ୍କାର ସେବା ସମେତ ସମସ୍ତ ଅର୍ଜିତା ସେବା ମଧ୍ୟ ବନ୍ଦ ଥିଲା।
ଏହାପରେ ‘ଟିଟିଡି’ କେ.ଆର୍. ହରିଭାସ୍କର ନାମକ ଉକ୍ତ ଭକ୍ତଙ୍କ ନିକଟକୁ ବାର୍ତ୍ତା ପଠାଇ ଲେଖିଥିଲା କି, ଦୈନିକ ‘ଭିଆଇପି’ ଦର୍ଶନ ବେଳେ ଯେକୌଣସି ସମୟ ବୁକ୍ କରନ୍ତୁ ଅଥବା ଅର୍ଥ ଫେରସ୍ତ ପାଇଁ ଆବେଦନ କରନ୍ତୁ। କିନ୍ତୁ, ଭାସ୍କର ମନ୍ଦିର ପରିଚାଳନ କମିଟିକୁ କହିଲେ କି, ସେମାନଙ୍କ ସୁବିଧା ଅନୁସାରେ ବର୍ଷେ ପରେ ମଧ୍ୟ ତାଙ୍କ ପାଇଁ ‘ବସ୍ତ୍ରାଳଙ୍କାର ସେବା’ ତାରିଖ ଧାର୍ଯ୍ୟ କଲେ ଚଳିବ।
Image Courtesy of Times of Indiaକିନ୍ତୁ, ‘ବସ୍ତ୍ରାଳଙ୍କାର ସେବା’ ତାରିଖ ପୁଣି ଥରେ ଧାର୍ଯ୍ୟ କରିବା ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରି ପୁଣି ‘ଟିଟିଡି’ ଭାସ୍କରଙ୍କୁ ଅର୍ଥ ଫେରସ୍ତ ନେବା ପାଇଁ କହିଲା। ବାଧ୍ୟ ହୋଇ ଭାସ୍କର ‘ଡିଷ୍ଟ୍ରିକ୍ଟ୍ କଞ୍ଜୁମର ରିଡ୍ରେସାଲ୍ କମିସନ୍’ରେ ‘ଟିଟିଡି’ ନାମରେ ଅଭିଯୋଗ ଦାଏର କଲେ।
ବର୍ଷକ ମଧ୍ୟରେ ବସ୍ତ୍ରାଳଙ୍କାର ସେବା ପାଇଁ ଦିନ ଧାର୍ଯ୍ୟ କର ନଚେତ ସେବା ଯୋଗାଇ ନ ପାରି ଭକ୍ତ ଓ ତାଙ୍କ ପରିବାରବର୍ଗଙ୍କୁ ମାନସିକ ନିର୍ଯାତନା ଦେଇଥିବାରୁ ୫୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଅର୍ଥରାଶି ଦେବା ପାଇଁ ଖାଉଟି କମିସନ୍ ‘ଟିଟିଡି’କୁ ନିର୍ଦେଶ ଦେଇଛନ୍ତି। ଏହାଛଡ଼ା, ବୁକିଙ୍ଗ୍ ବାବଦରେ ନେଇଥିବା ୧୨,୨୫୦ ଟଙ୍କା ୨୦୦୬ରୁ ଆଜି ପର୍ଯ୍ୟନ୍ତ ୨୪% ସୁଧ ସହିତ ଫେରସ୍ତ ଦେବା ପାଇଁ ମଧ୍ୟ ଅଦାଲତ ‘ଟିଟିଡି’ଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ, ପ୍ରାୟ ୯ ଦଶନ୍ଧି ପୂର୍ବେ ଆରମ୍ଭ ହୋଇଥିବା ଏହି ସେବା ନ ପାଇ ଜଣେ ବ୍ୟକ୍ତି ‘ଟିଟିଡି’ ନାଁରେ ଖାଉଟି ଅଦାଲତରେ ଫେରାଦ ହେବାରେ ଏହା ହେଉଛି ପ୍ରଥମ ଘଟଣା।
Follow Us