ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ରାହୁଲଙ୍କ ସହ ନଜର ଆସିଲେ ସାବରକର

Advertisment
ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ରାହୁଲଙ୍କ ସହ ନଜର ଆସିଲେ ସାବରକର

aajtak

ନୂଆଦିଲ୍ଲୀ: ‘ଭାରତ ଯୋଡ଼ୋ ଯାତ୍ରା’ରେ ସାମିଲ ହୋଇ ଆଜି କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀ କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ପୁଅ ରାହୁଲ୍‌ ଗାନ୍ଧୀଙ୍କ ସାଙ୍ଗରେ ବାଟ ଚାଲିଥିଲେ। ଜାକାନ୍ନାହାଲିରେ ପହଞ୍ଚିବା ପରେ ସୋନିଆ ଗାନ୍ଧୀ ଆଜି ସକାଳ ୬.୩୦ରେ ପାଣ୍ଡବପୁରରୁ ପୁଣି ଆରମ୍ଭ ହୋଇଥିବା ପଦଯାତ୍ରାରେ ଯୋଗ ଦେଇଥି‌ଲେ। ଭାରତ ଯେ‌ାଡୋ ଯାତ୍ରାରେ ରାହୁଲଙ୍କୁ ଲୋକଙ୍କ ଭଲପାଇବା ମିଳୁଥିବା ନେଇ ଦେଖାଯାଉଥିବା ବେଳେ ଏବେ ପୁଣି ଥରେ ପୋଷ୍ଟର ବିବାଦ ଆରମ୍ଭ ହୋଇଛି। ପୂର୍ବରୁ ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ସାବରକରଙ୍କ ଫଟୋ ନଜର ଆସିଥିବା ବେଳେ ଏବେ ପୁଣି ‌ଥରେ ରାହୁଲଙ୍କ ସହ ଭାରତ ଯୋଡୋ ଯାତ୍ରା ପୋଷ୍ଟରରେ ସାବରକର ନଜର ଆସିଛନ୍ତି।

ପୋଷ୍ଟର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କଂଗ୍ରେସ ଏଭଳି ପୋଷ୍ଟର ତିଆରି କରିନଥିବା କହିଛି। ଏହା ସହ ଏହି ନକଲି ପୋଷ୍ଟର ବିରୋଧରେ ପୁଲିସରେ ଅଭିଯୋଗ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଏହା ପୂର୍ବରୁ କଂଗ୍ରେସର ଭାରତ ଯୋଡା ଯାତ୍ରାର ଅଂଶ ଭାବରେ ଚେଙ୍ଗାମନାଡରେ ଲଗାଯାଇଥିବା ସ୍ବାଧୀନତା ସଂଗ୍ରାମୀଙ୍କ ପୋଷ୍ଟରରେ ସାବରକରଙ୍କର ଏକ ଫଟୋ ରହିଥିଲା। ଏ‌ନେଇ ବିରୋଧ ହେବାରୁ ପରେ କଂଗ୍ରେସ କାର୍ଯ୍ୟକର୍ତ୍ତାମାନେ ସାବରକରଙ୍କ ସ୍ଥାନରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗାଇଥିବା କୁହାଯାଇଥିଲା। ହେଲେ ପରେ ଏହାକୁ ‘ପ୍ରିଣ୍ଟିଙ୍ଗ ମିଷ୍ଟେକ୍’ ବୋଲି କହିଥିଲା କଂଗ୍ରେସ।

ଦଳ ପକ୍ଷରୁ କୁହାଯାଇଥିଲା ଯେ, ଆମେ ସବୁ ସ୍ବାଧୀନତା ସଂଗ୍ରାମୀଙ୍କ ଫଟୋକୁ ନେଇ ପ୍ରିଣ୍ଟର୍ସକୁ ପୋଷ୍ଟର ତିଆରି କରିବାକୁ କହିଥିଲୁ। ସେ ଅନଲାଇନରୁ ଫଟୋ ଆଣି ଭୁଲ କି ଠିକ୍ ଚେକ୍ ନକରି ପୋଷ୍ଟର ତିଆରି କରିଥିଲେ। ହେଲେ ପ‌ରେ ଭୁଲ ଜାଣିବା ପରେ ସ୍ଥାନୀୟ କାର୍ଯ୍ୟକର୍ତ୍ତା ସାବରକରଙ୍କ ଫଟୋ ଉପରେ ମହାତ୍ମା ଗାନ୍ଧିଙ୍କ ଫଟୋ ଲଗାଇଥିଲେ। ଜାଣି ଜାଣି ଆମେ ଭୁଲ କରିନାହୁଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe