ପାକିସ୍ତାନ ଉପରେ ଆକ୍ରମଣ କରିଥିବା ୯ ବାୟୁସେନା ପାଇଲଟଙ୍କୁ ବୀରଚକ୍ର

ଅପରେସନ ସିନ୍ଦୂରରେ ପାକିସ୍ତାନସ୍ଥିତ ଆତଙ୍କୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରିଥିବା ୯ ଜଣ ଭାରତୀୟ ବାୟୁସେନା ପାଇଲଟଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯିବ । ବୀରଚକ୍ର ହେଉଛି ଭାରତର ୩ୟ ସର୍ବୋଚ୍ଚ ସାମରିକ ସମ୍ମାନ ।

New Project (24)

ନୂଆଦିଲ୍ଲୀ : ଅପରେସନ ସିନ୍ଦୂରରେ ପାକିସ୍ତାନସ୍ଥିତ ଆତଙ୍କୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରିଥିବା ୯ ଜଣ ଭାରତୀୟ ବାୟୁସେନା ପାଇଲଟଙ୍କୁ ବୀର ଚକ୍ରରେ ସମ୍ମାନିତ କରାଯିବ । ଏହି ସମ୍ମାନ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଗ୍ରୁପ୍ କ୍ୟାପଟେନ୍ ରଞ୍ଜିତ ସିଂହ ସିଦ୍ଧୁ, ମନୀଷ ଆରୋରା, ଅନିମେଶ ପାଟନୀ, କୁନାଲ କାଲରା, ୱିଙ୍ଗ କମାଣ୍ଡର ଜୟ ଚନ୍ଦ୍ର, ସ୍କ୍ୱାଡ୍ରନ୍ ଲିଡର ସାର୍ଥକ କୁମାର, ସିଦ୍ଧାନ୍ତ ସିଂହ, ରିଜୱାନ ମଲିକ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଅର୍ଶବୀର ସିଂହ ଠାକୁର ଅଛନ୍ତି। 

ସେହିପରି ଅପରେସନ ସିନ୍ଦୂରରେ ନିଜର  ଉଲ୍ଲେଖନୀୟ ନେତୃତ୍ବ ପାଇଁ ଉତ୍ତରାଞ୍ଚଳ ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପ୍ରତୀକ ଶର୍ମା ଏବଂ ସାମରିକ ଅପରେସନର ମହାନିର୍ଦ୍ଦେଶକ (ଡିଜିଏମଏ) ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇଙ୍କୁ ସର୍ବୋତ୍ତମ ଯୁଦ୍ଧ ସେବା ପଦକ ପ୍ରଦାନ କରାଯିବ।

ଭାରତ ପକ୍ଷରୁ ମେ ୬-୭ ରାତିରେ ପାକିସ୍ତାନର ମୁରିଦକେ, ବାହାଓ୍ବଲପୁର ଓ ଅନ୍ୟ କେତେକ ସ୍ଥାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା ।

ଭାରତ ପକ୍ଷରୁ ମେ ୬-୭ ରାତିରେ ପାକିସ୍ତାନର ମୁରିଦକେ, ବାହାଓ୍ବଲପୁର ଓ ଅନ୍ୟ କେତେକ ସ୍ଥାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଏହାର ଜବାବରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ବି ଭାରତର ପ୍ରଚଣ୍ଡ ବ୍ରହ୍ମସ ଆକ୍ରମଣରେ ପାକିସ୍ତାନ ବ୍ୟାପକ କ୍ଷତି କହିଥିଲେ । ଏହି ଲଢେଇରେ ପାକିସ୍ତାନ ଅତିକମରେ ୫ଟି ଲଢୁଆ ବିମାନ ଓ ଗୋଟିଏ ସାମରିକ ବିମାନ ନଷ୍ଟ କରିଦେଇଥିଲା । 

ସୂଚନାଯୋଗ୍ୟ ଯେ ବୀରଚକ୍ର ହେଉଛି ଭାରତର ୩ୟ ସର୍ବୋଚ୍ଚ ସାମରିକ ସମ୍ମାନ । ଦେଶର ସର୍ବୋଚ୍ଚ ସାମରିକ ସମ୍ମାନ ହେଉଛି ପରମବୀର ଚକ୍ର । ସେହିପରି ୨ୟ ସର୍ବୋଚ୍ଚ ସାମରିକ ସମ୍ମାନ ହେଉଛି ମହାବୀର ଚକ୍ର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe