ଓଲାଟିଲା ୧୦ଲକ୍ଷ ଟଙ୍କାର ମଦ ନେଇ ଯାଉଥିବା ଗାଡ଼ି, ବୋହି ନେଲେ ଲୋକେ

Advertisment
ଓଲାଟିଲା ୧୦ଲକ୍ଷ ଟଙ୍କାର ମଦ ନେଇ ଯାଉଥିବା ଗାଡ଼ି, ବୋହି ନେଲେ ଲୋକେ

ମଦୁରାଇ: ରାସ୍ତା ଉପରେ ଓଲାଟିଲା ୧୦ଲକ୍ଷ ଟଙ୍କାର ମଦ ନେଇ ଯାଉଥିବା ଗାଡ଼ି। ଚାହୁଁ ଚାହଁ ରାସ୍ତାରେ ପଡ଼ିଥିବା ସବୁ ମଦ ବୋତଲକୁ ବୋହି ନେଲେ ଲୋକେ। ତାମିଲନାଡୁର ମଦୁରାଇର ବିରାଗାନୁର ଅଞ୍ଚଳରେ ୧୦ ଲକ୍ଷ ଟଙ୍କା ମୂଲ୍ୟର ମଦ ବୋତଲ ନେଇ ଯାଉଥିବା ଏକ ଗାଡିର ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଗାଡ଼ିଟି ଓଲଟିପଡ଼ିଥିଲା। ଗାଡ଼ିକୁ ଉଠାଇବାରେ ସାହାଯ୍ୟ କରିବା ପରିବ‌ର୍ତ୍ତେ ସ୍ଥାନୀୟ ଲୋକେ ମଦ ବୋତଲ ଉଠାଇବା ଆରମ୍ଭ କରିଦେଇଥିଲେ। କିଛି ବୋତଲ ତଳେ ପଡ଼ି ଭାଙ୍ଗିଯିବା ସହ କିଛି ବୋତଲକୁ ଲୋକେ ଘରକୁ ବୋହି ନେଇଥିଲେ। ଗାଡ଼ିକୁ ଉଠାଯିବା ବେଳକୁ ଗାଡ଼ିରେ ଆଉ ମଦ ବୋତଲ ନଥିଲା।

publive-image indiatoday

ସୂଚନା ମୁତାବକ, ମଦ ବୋତଲଗୁଡିକ କେରଳର ମାନାଲୋରରେ ଅବସ୍ଥିତ ଗୋଦାମରୁ ଲୋଡ୍ କରାଯାଇଥିଲା। ଏହାକୁ ବିକ୍ରି କରିବା ପାଇଁ ଦୋକାନକୁୁ ନିଆଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା। ଏବେ ସୋସିଆଲ ମିଡିଆରେ ଲୋକେ ମଦ ବୋତଲ ଗୋଟାଉଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ତେବେ ପୁଲିସ ପହଞ୍ଚିବା ବେଳକୁ ଆଉ କିଛି ମଦ ବୋତଲ ବଳିପଡ଼ିଥିଲା କି ନାହିଁ, ତାହା ଜଣାପଡ଼ିନାହିଁ।

publive-image indiatoday

ଏପ୍ରିଲ ୨୦ରେ ମଧ୍ୟ ଏଭଳି ଏକ ଘଟଣା ଘଟିଥିଲା। ମଧ୍ୟପ୍ରଦେଶର ବରୱାନୀର ଏକ ବ୍ରିଜ ଉପରେ ବିୟର ଭର୍ତ୍ତି ଏକ ଗାଡି ଅନ୍ୟ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।ଦୁର୍ଘଟଣା ପରେ ଲୋକେ ଘଟଣାସ୍ଥଳରେ ପହଞ୍ଚି ବ୍ରିଜରେ ଏଣେ ତେଣେ ପଡ଼ିଥିବା ବିୟର ବୋତଲ ଉଠାଇବାକୁ ଲାଗିଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବଳକା ବିୟର ବୋତଲକୁ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe