ମୃତମହିଳାଙ୍କ ଉପରେ ଚଢ଼ି ଚାଲି ଯାଉଥାଏ ଗାଡ଼ି ପରେ ଗାଡ଼ି: ରାସ୍ତାରେ ଛିଟିକି ପଡ଼ୁଥାଏ ଶରୀରର ଖଣ୍ଡବିଖଣ୍ଡିତ ଅଂଶ

Advertisment
ମୃତମହିଳାଙ୍କ ଉପରେ ଚଢ଼ି ଚାଲି ଯାଉଥାଏ ଗାଡ଼ି ପରେ ଗାଡ଼ି: ରାସ୍ତାରେ ଛିଟିକି ପଡ଼ୁଥାଏ ଶରୀରର ଖଣ୍ଡବିଖଣ୍ଡିତ ଅଂଶ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ ୱେରେ ଜଣେ ମହିଳାଙ୍କ ମୃତଶରୀର ଅନେକ ସମୟ ଧରି ପଡ଼ି ରହିଥିଲା। ଏହି ସମୟରେ ଉକ୍ତ ରାସ୍ତା ଦେଇ ଯାଉଥିବା ଅନେକ ଗାଡ଼ି ମୃତ ମହିଳ‌ାଙ୍କ ଶରୀର ଉପରେ ଚଢ଼ି ଚାଲି ଯାଉଥିଲା। ଫଳରେ ମହିଳାଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ସବୁ ରାସ୍ତାର ଏଣେତେ‌ଣେ ଝିଟିକି ପଡ଼ୁଥିବାର ଏକ ଲୋମଟାଙ୍କୁରା ଘଟଣା  ଗତ ରବିବାର ଘଟିଛି। ଏହି ଘଟଣାର  ଏକ ବି ଭିଡିଓ ସାମ୍ନାକୁ ଆସିଛି।

ପୁଲିସକୁ ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ମାତ୍ରେ ତୁରନ୍ତ ଟିମ ସହ ଘଟଣାସ୍ଥଳରେ ଆସି ପହଞ୍ଚିଥିଲା। ମୃତ ମହିଳାଙ୍କ ଶରୀରକୁ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳି ପାରି ନଥିଲା।

ଏକଥା ବି ଜଣାପଡ଼ି ନାହିଁ କି ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ କେତେ ସମୟ ଧରି ମହିଳାଙ୍କ ମୃତ ଶରୀର ଏକ୍ସପ୍ରେସ ୱେରେ ପଡ଼ିଥିଲା ଓ ମହିଳାଙ୍କ ମୃତଶରୀର ଏକ୍ସପ୍ରେସ ୱେକୁ ଆସିଲା କେମିତି ? ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ ହୋଇଛି ନା କେହି ହତ୍ୟା କରି ରାସ୍ତାରେ ଆଣି ଫିଙ୍ଗି ଦେଇଛନ୍ତି ସେନେଇ ଫତେହାବାଦ ପୁଲିସ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି, ରାସ୍ତାରେ ମହିଳାଙ୍କ ମୃତଦେହ ପଡ଼ିଛି। ଏହି ସମୟରେ ସେହି ରାସ୍ତା ‌ଦେଇ ଗୋଟିଏ ପରେ ଗୋଟିଏ ଗାଡ଼ି ମହିଳାଙ୍କ ମୃତଶରୀର ଉପରେ ଚଢ଼ି ଅତିକ୍ରମ କରୁଛି। ଗାଡ଼ି ଚାପରେ ମହିଳାଙ୍କ ଶରୀରର ଖଣ୍ଡବିଖଣ୍ଡିତ ଅଂଶ ରାସ୍ତାକୁ ଛିଡ଼ିକି ପଡ଼ୁଛି। ବାସ୍ତବରେ ଏଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe