ମନାଲି ବର୍ଷାରେ ଫସିଲା ହଜାରରୁ ଅଧିକ ଗାଡ଼ି: ଉଦ୍ଧାର କାର୍ଯ୍ୟ ଜାରି

Advertisment

ହିମାଚଳ ପ୍ରଦେଶ ମନାଲିରେ ପ୍ରବଳ ମାତ୍ରାରେ ବର୍ଷା ହେବା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ହେତୁ ସୋଲାଙ୍ଗ ଭ୍ୟାଲିରୁ ଅଟଳ ଟନେଲ ମଧ୍ୟରେ ଶତାଧିକ ଗାଡ଼ି ଫସିରହଛି।

ହିମାଚଳ ପ୍ରଦେଶ ମନାଲିରେ ପ୍ରବଳ ମାତ୍ରାରେ ବର୍ଷା ହେବା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ହେତୁ ସୋଲାଙ୍ଗ ଭ୍ୟାଲିରୁ ଅଟଳ ଟନେଲ ମଧ୍ୟରେ ଶତାଧିକ ଗାଡ଼ି ଫସିରହଛି।

www.business-standard.com

ମନାଲି:  ହିମାଚଳ ପ୍ରଦେଶ ମନାଲିରେ ପ୍ରବଳ ମାତ୍ରାରେ ବର୍ଷା ହେବା ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ହେତୁ ସୋଲାଙ୍ଗ ଭ୍ୟାଲିରୁ ଅଟଳ ଟନେଲ ମଧ୍ୟରେ ଶତାଧିକ ଗାଡ଼ି ଫସିରହଛି। ଏହାରି ମଧ୍ୟରେ ୭ ଶହ ପର୍ଯ୍ୟଟକଙ୍କୁ ପୁଲିସ ଉଦ୍ଧାର କରି ସାରିଥିବା ସୂଚନା ରହିଛି।

ପ୍ରବଳ ବର୍ଷା ଭିତରେ ଘଣ୍ଟା ଘଣ୍ଟା ଧରି ଗାଡ଼ି ଗୁଡ଼ିକ ତୁଷାରପାତ ଭିତରେ ଫସିରହିଛି। ସ୍ଥାନୀୟ ଅଧିକାରୀଙ୍କ ସୂଚନା ଅନୁଯାୟୀ ପାଖାପାଖି ହଜାର ଉପରେ ଗାଡ଼ି ଏଠାରେ ଫସିରହିଥିଲା । ପୁଲିସ ଏ ସଂପର୍କରେ ଅବଗତ ହେବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ୭ ଶହ ପର୍ଯ୍ୟଟକଙ୍କୁ ଏବେ ସୁଦ୍ଧା ମୃତ୍ୟୁ ମୁଖରୁ ବଞ୍ଚାଇ ସାରିଲାଣି।

ପ୍ରତିବର୍ଷ ଏହି ସମୟରେ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଥଏ।   ଆଉ ଏବେ ବଡ଼ଦିନ ଓ ନୂଆ ବର୍ଷ ଛୁଟି ପାଇଁ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଗହଳି ବଢ଼ିବାରେ ଲାଗିଛି। ଡିସେମ୍ବର  ୮ତାରିଖରେ ଚଳିତବର୍ଷର ପ୍ରଥମ ତୁଷାରପାତ ହୋଇଥିବା ବେଳେ ଗତକାଲି ପୁଣି ତୁଷାରପାତ ହୋଇଥିଲା ।  ଏହି ସମୟରେ ସୋଲାଙ୍ଗ ଭ୍ୟାଲିରୁ ଅଟଳ ଟନେଲ ମଧ୍ୟରେ ପର୍ଯ୍ୟଟକଙ୍କ ଗାଡ଼ି ଫସିଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe