ରାଜ୍ୟସଭାରେ ସାଂସଦମାନେ ବିଦାୟ ଦେବା ବେଳେ ଛଳ ଛଳ ହୋଇଗଲା ଭେଙ୍କୟା ନାଇଡୁଙ୍କ ଆଖି

Advertisment
ରାଜ୍ୟସଭାରେ ସାଂସଦମାନେ ବିଦାୟ ଦେବା ବେଳେ ଛଳ ଛଳ ହୋଇଗଲା ଭେଙ୍କୟା ନାଇଡୁଙ୍କ ଆଖି

Image Courtesy of The Indian Express

ନୂଆଦିଲ୍ଲୀ: ଗୃହର ସାଂସଦମାନେ ବିଦାୟକାଳୀନ ଅଭିବାଦନ ଜଣାଇବା ବେଳେ ଆଜି ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କୟା ନାଇଡୁଙ୍କ ଆଖି ଛଳ ଛଳ ହୋଇଯାଇଥିଲା।

ଏହି ଅବସରରେ ରାଜ୍ୟସଭାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ, ଗୃହ ପାଇଁ ଏ ହେଉଛି ଗୋଟାଏ ଆବେଗିକ ମୁହୂର୍ତ୍ତ।  ଆପଣ (ନାଇଡୁ) ସଦାସର୍ବଦା କହନ୍ତି ଯେ, ଆପଣ ରାଜନୀତିରୁ ଅବସର ଗ୍ରହଣ କରିଛନ୍ତି କିନ୍ତୁ, ଜନସାଧାରଣଙ୍କ ଜୀବନରୁ ନୁହେଁ…। ରାଜ୍ୟସଭାରୁ ଆପଣଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥାଇ ପାରେ ମାତ୍ର ଆଗାମୀ ବର୍ଷମାନଙ୍କରେ ଆପଣଙ୍କ ଅନୁଭୂତି ଦେଶକୁ ମାର୍ଗଦର୍ଶନ କରାଇବ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଲେ ଯେ, ରାଜ୍ୟସଭାର ଅଧ୍ୟକ୍ଷ ଭାବେ ତାଙ୍କର କାର୍ଯ୍ୟକାଳରେ ଉପରାଷ୍ଟ୍ରପତି ଭି.ପି. ନାଇଡୁ ଗୃହର ଅଗ୍ରଗତିରେ ସହାୟକ ହୋଇଥିଲେ। ତାଙ୍କ କାର୍ଯ୍ୟକାଳରେ ରାଜ୍ୟସଭାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଛି।

publive-image Image Courtesy of India Today

ଭେଙ୍କୟାଜୀଙ୍କର ହାସ୍ୟ ଉଦ୍ଦୀପକ ଟିପ୍ପଣୀ ସବୁ ପ୍ରସିଦ୍ଧ। ସେ ସବୁ ବୁଦ୍ଧିଦୀପ୍ତ। ଭାଷା ଉପରେ ତାଙ୍କର ଦକ୍ଷତା ପ୍ରଶଂସନୀୟ।

‘ତୃଣମୂଳ କଂଗ୍ରେସ’ ସାଂସଦ ଡେରେକ୍‌ ଓ’ ବ୍ରିଏନ୍, ଭେଙ୍କୟା ନାଇଡୁ ବାଲ୍ୟକାଳରୁ ତାଙ୍କ ମାଆଙ୍କୁ ହରାଇଥିବା କଥା କହିବା ବେଳେ ତାଙ୍କ ଆଖି ଲୁହ ଛଳଛଳ ହୋଇଯାଇଥିଲା।

ରାଜ୍ୟସଭାର ବିରୋଧୀ ନେତା ମଲ୍ଲିକାର୍ଜୁନ ଖଡ଼ଗେ ମଧ୍ୟ କହିଲେ ଯେ, ସେମାନଙ୍କର ଆଦର୍ଶ ଭିନ୍ନ ହୋଇଥିଲେ ବି ଚାପର ବଶବର୍ତ୍ତୀ ହୋଇ ଦାୟିତ୍ବ ନିର୍ବାହ କରିଥିବା ନାଇଡୁଙ୍କ ପ୍ରତି ସେ କୃତଜ୍ଞ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe