୧୦ମିଟର ପର୍ଯ୍ୟନ୍ତ ଗତି କରିପାରେ ଏରୋସୋଲ୍, କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଘରେ ବା ଅଫିସରେ ବାୟୁ ଚଳାଚଳ ଜରୁରୀ

ପଢନ୍ତୁ କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାବଳୀ

୧୦ମିଟର ପର୍ଯ୍ୟନ୍ତ ଗତି କରିପାରେ ଏରୋସୋଲ୍, କରୋନା ସଂକ୍ରମଣରୁ ବଞ୍ଚିବା ପାଇଁ ଘରେ ବା ଅଫିସରେ ବାୟୁ ଚଳାଚଳ ଜରୁରୀ

Divya Bharat

ନୂଆଦିଲ୍ଲୀ: କରୋନା ଭୂତାଣୁର ଦ୍ଵିତୀୟ ଲହର ଏବେ ଭାରତକୁ କଲବଲ କରୁଥିବା ବେଳେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି | ଏଥିରେ ଡବଲ ମାସ୍କ, ସାମାଜିକ ଦୂରତା ଏବଂ ଘରେ ବା ଅଫିସରେ ବାୟୁ ଚଳାଚଳ କେତେ ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ କୁହାଯାଇଛି |

publive-image indiatoday.in

ଘରେ ହେଉ ବା ଅଫିସରେ ସଠିକ ଭାବେ ବାୟୁ ଚଳାଚଳ କଲେ କରୋନା ସଂକ୍ରମଣକୁ ରୋକି ହେବ ବୋଲି କେନ୍ଦ୍ର ସରକାର କହିଛନ୍ତି | ସବୁଠାରୁ ବଡ କଥା ହେଲା ଜଣେ କରୋନା ସଂକ୍ରମିତ ଛିଙ୍କିଲେ ବା କାଶିଲେ, ଛିଙ୍କ ବା କାଶର ଡ୍ରପ୍ଲେଟ ୨ମିଟର ପର୍ଯ୍ୟନ୍ତ ଯାଉଥିବା ବେଳେ ଏହାର ଏରୋସୋଲ୍ ବାୟୁରେ ୧୦ମିଟର ପର୍ଯ୍ୟନ୍ତ ଯାଇପାରେ | ଏଭଳି ସ୍ଥିତିରେ ଯଦି ଘରେ ବା ଅଫିସରେ ସଠିକ ଭାବେ ବାହାର ବାୟୁ ଭିତରକୁ ଏବଂ ଭିତର ବାୟୁ ବାହାରକୁ ଯାଉଛି ତେବେ ସଂକ୍ରମଣର ଆଶଙ୍କା କାମ ହୋଇଯାଇଥାଏ | ଯଦି ଆପଣ ନିବୁଜ ଘରେ ରହୁଛନ୍ତି ବା ଝରକା ଏବଂ କବାଟ ବନ୍ଦ କରି ରଖୁଛନ୍ତି ତେବେ ଏରୋସୋଲ୍ ବାହାରକୁ ନଯାଇପାରି ଆପଣଙ୍କୁ ସହଜରେ ସଂକ୍ରମିତ କରିପାରିବ | ଏନେଇ ଘରେ ବା ଅଫିସରେ ବାୟୁ ନିଷ୍କାସିତ କରୁଥିବା ଫ୍ୟାନ ଲଗାଇବା ପାଇଁ ନିର୍ଦ୍ଦେଶାବଳୀରେ କୁହାଯାଇଛି |

publive-image indiatoday.in

ଏହି ନିର୍ଦ୍ଦେଶାବଳୀରେ ଆହୁରି ମଧ୍ୟ କୁହାଯାଇଛି ଯେ, ଲୋକମାନେ ଡବଲ୍ ଲେୟାର୍ ମାସ୍କ କିମ୍ବା ଏନ୯୫ ମାସ୍କ ପିନ୍ଧିବା ଉଚିତ୍, ଯାହା ସର୍ବାଧିକ ସୁରକ୍ଷା ପ୍ରଦାନ କରିଥାଏ। ଡବଲ୍ ମାସ୍କିଂ ପାଇଁ ସର୍ଜିକାଲ୍ ମାସ୍କ ପିନ୍ଧନ୍ତୁ, ତା’ପରେ ଏହା ଉପରେ ଆଉ ଏକ ଟାଇଟ୍ ଫିଟିଙ୍ଗ୍ କପଡା ମାସ୍କ ପିନ୍ଧନ୍ତୁ | ଯେଉଁମାନଙ୍କର ସର୍ଜିକାଲ୍ ମାସ୍କ ନାହିଁ ସେମାନେ ଏକାଠି ଦୁଇଟି ସୂତା ମାସ୍କ ପିନ୍ଧିପାରିବେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe