ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‍ କରିବା ପୂର୍ବରୁ ସୂଚନା ପରଖିବାକୁ ପୂର୍ବତନ କର୍ମଚାରୀ ଏବଂ ଅଧିକାରୀଙ୍କୁ କହିଲା ସେନାବାହିନୀ

Advertisment
ସାମାଜିକ ଗଣମାଧ୍ୟମରେ ପୋଷ୍ଟ୍‍ କରିବା ପୂର୍ବରୁ ସୂଚନା ପରଖିବାକୁ ପୂର୍ବତନ କର୍ମଚାରୀ ଏବଂ ଅଧିକାରୀଙ୍କୁ କହିଲା ସେନାବାହିନୀ

Image Courtesy of HT

ନୂଆଦିଲ୍ଲୀ: ପ୍ରତିରକ୍ଷା ସଂକ୍ରାନ୍ତ ସୂଚନା ଉପରେ ମତାମତ ଦେବା ପୂର୍ବରୁ ତାହାକୁ ପରଖିବା ନିମନ୍ତେ ବୁଧବାର ଦିନ ସେନାବାହିନୀ ତାହାର ପୂର୍ବତନ କର୍ମଚାରୀ ଏବଂ ଚାକିରିରେ ଥିବା ଅଧିକାରୀମାନଙ୍କୁ କହିଛି। କାରଣ, ପଡ଼ୋଶୀ ରାଷ୍ଟ୍ରରେ ଥିବା ବ୍ୟକ୍ତିଙ୍କ ସମେତ ନ୍ୟସ୍ତସ୍ୱାର୍ଥମାନେ ଜାଣିଶୁଣି ଭୁଲ୍‌ ସୂଚନା ପ୍ରଦାନ ଅଭିଯାନ ଚଳାଇଛନ୍ତି।
ସେନା କୌଣସି ମାମଲାକୁ ନିର୍ଦ୍ଦିଷ୍ଟ କରି କହି ନ ଥିଲେ ମଧ୍ୟ ଆଜିକାଲି ଅନେକ ପୂର୍ବତନ ସେନା କର୍ମଚାରୀ ଏବଂ କାର୍ଯ୍ୟରତ ଅଧିକାରୀମାନେ ଅନେକ ବିବାଦୀୟ ବିଷୟ ଉପରେ ବିବୃତି ଦେଉଛନ୍ତି। ସାମରିକ ଅଧିକାରୀ ଏବଂ ସେହି ସ୍ତରୀୟ ବେସାମରିକ ଅଧିକାରୀମାନଙ୍କ ପାହ୍ୟାରେ ତାରତମ୍ୟ ଏବଂ ଓ୍ଵାନ୍‌-ର‍୍ୟାଙ୍କ୍‌-ଓ୍ଵାନ୍‌-ପେନ୍‌ସନ୍‌ ସ୍କିମ୍‌ ଆଦି ପ୍ରସଙ୍ଗ ଏଥିରେ ଅନ୍ତର୍ଭୁକ୍ତ।

ସେନାର ଆଡିସ୍‌ନାଲ୍‌ ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ପବ୍ଲିକ୍‌ ଇନ୍‌ଫର୍ମେସନ୍‌ ଟୁଇଟର୍‌ରେ ଏଭଳି ପରାମର୍ଶ ଦିଆଯାଇଛି।

ଏଥିରେ କୁହାଯାଇଛି ଯେ ପ୍ରତିରକ୍ଷା ମନ୍ତ୍ରାଳୟ ଅଥବା ବ୍ରାଞ୍ଚ୍‌ ଅଫ୍‌ ଆର୍ମି ହେଡ୍‌କ୍ୱାର୍ଟର୍‌ସ୍‌ର ଲେଟର୍‌ହେଡ୍‌ରେ ମୁଦ୍ରିତ ହୋଇ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଥିବା କଥାବସ୍ତୁ ସବୁ ମିଥ୍ୟା।

ସାମ୍ପ୍ରତିକ ଘଟଣାବଳୀ ବର୍ଣ୍ଣନା କରିବା ପାଇଁ କେବେ କେବେ ଭିଣ୍ଟେଜ୍‌ ଫଟୋଗୁଡ଼ିକ ମଧ ପ୍ରସାରିତ ହେଉଛି। ତେଣୁ ସୀମାପାରି ଦେଶଗୁଡ଼ିକର ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିମାନେ ଏ ପରି କାର୍ଯ୍ୟ କରୁଥାଇ ପାରନ୍ତି ବୋଲି ସ୍ପଷ୍ଟ ଅନୁମେୟ ବୋଲି ପରାମର୍ଶ ଦିଆ ଯାଇଛି।

ତେଣୁ ସାମାଜିକ ଗଣମାଧ୍ୟମରେ ସେନା ଉପରେ ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବା ଭଳି ମତାମତ ଦେବା ପୂର୍ବରୁ କୌଣସି ସୂଚନାର ସତ୍ୟାସତ୍ୟ ଜାଣିବା ନିମନ୍ତେ ପୂର୍ବତନ ସେନା ଅଧିକାରୀ ଏବଂ ସେବାରତ କର୍ମଚାରୀମାନେ ଆର୍ମି ହେଡ୍‌କ୍ୱାର୍ଟର୍‌ର୍ସ ସେ ସଂକ୍ରାନ୍ତରେ ବୁଝି ପାରିବେ।

ସେନାର ମଙ୍ଗଳ ପାଇଁ ପୂର୍ବତନ କର୍ମଚାରୀମାନେ ଦେଉଥିବା କୌଣସି ସକାରାତ୍ମକ ବିବୃତିକୁ କୌଣସିମତେ ବେଖାତିର କରାଯିବ ନାହିଁ ବୋଲି ଏଥିରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe